Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ହିଂସାକାଣ୍ଡ କୁ ନିନ୍ଦାକରି ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଲା ବେଲଗୁଣ୍ଠା ବିଜେପି,

ବେଲଗୁଣ୍ଠା: ଗତ 12 ତାରିଖ ରେ ହିନ୍ଦୁ ମାନଙ୍କ ବାଇକ୍ ରାଲି ଉପରେ ଅତିବାଦୀ ମୁସଲମାନ୍ ମାନଙ୍କର ଏବଂ 14 ତାରିଖ ରାତି ଅଧରେ ଜଣେ ହିନ୍ଦୁ ଯୁବକଙ୍କୁ ଆକ୍ରମଣ କରି ହତ୍ୟା କରିବା ଘଟଣାକୁ ଦୃଢ଼ ନିନ୍ଦା କରିଛି ବେଲଗୁଣ୍ଠା ବିଜେପି I ହିନ୍ଦୁ ମାନଙ୍କ ଉପରେ ଅକାରଣରେ ବର୍ବରୋଚିତ ଆକ୍ରମଣ ଏବଂ ଉତ୍ତେଜନା ସୃଷ୍ଟି କରୁ୍ଥିବା ବ୍ୟକ୍ତିଙ୍କୁ ଖୁବ୍ ଶୀଘ୍ର ଆଇନ୍ ନିଜ ହାତକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଓଡ଼ିଶା ସରକାର ଆଜି ପର୍ଯ୍ୟନ୍ତ ନୀରବ ରହିଥିବାରୁ ବେଲଗୁଣ୍ଠା ବିଜେପି ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି I ଆଜି ଏନେଇ 48 ନମ୍ବର୍ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନାଙ୍କ ନେତୃତ୍ୱରେ ବେଲଗୁଣ୍ଠାର ବହୁ ବିଜେପି କର୍ମୀ ବେଲଗୁଣ୍ଠା ତହସିଲଦାର ମନୋଜ ପ୍ରଭାକର କୁଜୁର୍ ଙ୍କୁ ସାକ୍ଷାତ୍ କରି ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପତ୍ର ପ୍ରଦାନ କରିଛନ୍ତି I ଓଡ଼ିଶା ସରକାରଙ୍କ ଉଦାସୀନତା ଯୋଗୁଁ ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡ଼ି ଯାଉଥିବା ବେଳେ ଏହି ସ୍ମାରକପତ୍ର ପତ୍ରରେ ରାଜ୍ୟର ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ସହ ସାମ୍ପ୍ରଦାୟିକ ଘଟନାରେ ଲିପ୍ତ ଦୋଷୀ ମାନଙ୍କ ବିରୁଦ୍ଧରେ ରାଜ୍ୟ ସରକାର ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରିବାର ଦାବି ଉଲ୍ଲେଖ କରାଯାଇଥୁବା ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା ପ୍ରକାଶ କରିଛନ୍ତି I ପ୍ରକାଶ ଥାଉକି ଗତ ଏପ୍ରିଲ ବାର ତାରିଖରେ ସମ୍ବଲପୁର ଠାରେ ହନୁମାନ ଜୟନ୍ତୀ ସମନ୍ଵୟ ସମିତି ଦ୍ୱାରା ବାଇକ୍ ଶୋଭାଯାତ୍ରା ଚାଲିଥିବା ବେଳେ କିଛି ଦୁର୍ବୃତ୍ତ ସେମାନଙ୍କୁ ଆକ୍ରମଣ କରିଥିଲେ I ସେହିପରି ଏପ୍ରିଲ 14 ତାରିଖ ତଥା ହନୁମାନ ଜୟନ୍ତୀ ରାତି ଏଗାରଟା ତିରିଶି ମିନିଟ୍ ଏସମୟରେ ଚଢେଇପଡ଼ା ଛକରେ ଜଣେ ଯୁବକଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ ଦୁର୍ବୃତ୍ତ I ଏହି ଉଭୟ ଘଟଣାରେ ଅତିବାଦୀ ମୁସଲମାନ୍ ମାନଙ୍କର ହାତ ରହିଥିବା ନେଇ ବିଜେପି ଅଭିଯୋଗ କରିଛି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ