Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିତଳାପଲ୍ଲୀ ଠାରେ ଥିବା ଘରୋଇ ଡାକ୍ତରଖାନ ରେ ରୋଗୀ ମୃତ୍ୟୁ ପରେ ଟଙ୍କା ଦାବି କରିବା ନେଇ ଉତ୍ତେଜନା।

ଗୋପାଳପୁର,୧୨/୦୯
ଗୋପାଳପୁର ଥାନା ଅନ୍ତର୍ଗତ ଶିତଲାପଲ୍ଲୀ ଠାରେ ଥିବା ଏକ ଘରୋଇ ଡାକ୍ତରଖାନ ରେ ରୋଗୀ ମୃତ୍ୟୁ ପରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅତ୍ୟାଧିକ ବିଲ୍ ଆଦାୟ ଅଭିଯୋଗ ରେ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ଅଭିଯୋଗ ଅନୁଯାୟୀ ବାବୁଲା ପଲ୍ଲୀ ର ଜଣେ ଗୁରୁତର ରୋଗୀ ଜି ଭୀମସେନ (୭୦) କୁ ଗତ ୧୦ ତାରିଖ ସନ୍ଧ୍ୟା ରେ ଡାକ୍ତରଖାନା ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଭୀମସେନ କୁ ଚିକିତ୍ସା ସହ ଏମ ଆର ଆଇ କଡ଼ା ଯିବା ପରେ ରାତି ୧୧ ଟା ବେଳେ ଆଇସିୟୁ କୁ ନିଆଯାଇଥିଲା।ଆଜି ସକାଳ ୮ ଟା ବେଳେ ଭୀମସେନ ଙ୍କ ଚିକିତ୍ସିତ ଅବସ୍ଥାରେ ଆଇସିୟୁ ରେ ମୃତ୍ୟୁ ଘଟିଥିଲା। କିନ୍ତୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ପରିବାର ସଦସ୍ୟଙ୍କୁ ୨୫ ହଜାର ଟଙ୍କା ଡିପୋଜିଟ କରିବାକୁ କୁହାଯାଇଥିବା ବେଳେ ଭୀମସେନ ଙ୍କ ମୃତ୍ୟୁ ନେଇ କୈାଣସି ସୂଚନା ଦିଆଯାଇନଥିଲା ବୋଲି ତାଙ୍କ ପୁଅ ଜି ମୂରଲୀ ଅଭିଯୋଗ କରିଛନ୍ତି।ଏହା ସହ ଆଜି ସକାଳେ ମୃତ୍ୟୁ ଘଟିଥିବା ବେଳେ ଆଜିର ଆଇସିୟୁ ଭଡ଼ା ବାବଦରେ ମଧ୍ୟ ବିଲ୍ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି।ଘଟଣା ନେଇ ପରିବାର ପକ୍ଷରୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ପଚାରିବା ସମୟରେ ଡ଼ାକ୍ତରଖାନା କର୍ତୃପକ୍ଷଙ୍କ ପକ୍ଷରୁ ସେମାନଙ୍କୁ ଅସଦବ୍ୟବହାର କରଯାଇଥିଲା ବୋଲି ମୂରଲୀ କହିଛନ୍ତି। ଏହାକୁ ନେଇ କିଛି ସମୟ ପର୍ଯ୍ୟନ୍ତ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖା ଦେଇଥିଲା।ଖବର ପାଇ ବିଜେପି କରାପଲ୍ଲୀ ମଣ୍ଡଳ ସଭାପତି ପ୍ରଦୀପ କୁମାର ପଟ୍ଟନାୟକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଡାକ୍ତରଖାନା କର୍ତୃପକ୍ଷ ଙ୍କ ମନମାନୀ କରୁଥିବା ନେଇ ଅଭିଯୋଗ କରିବା ସହ ଡାକ୍ତରଖାନା କର୍ତୁପକ୍ଷ ଙ୍କ ପକ୍ଷରୁ ରୋଗୀ ଙ୍କ ପରିବାର ପକ୍ଷରୁ ନିଆଯାଇଥିବା ସମସ୍ତ ଅର୍ଥ ଫେରାଇବାକୁ ଦାବି ଜଣାଇଛନ୍ତି।