Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଷଧର ସାପ କାମୁଡ଼ାରେ ଟିଠିପାଲି ଗ୍ରାମର ଫଦୋଳ ପାତ୍ର ନାମକ ଏକ ବୃଦ୍ଧା ମୃତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଟିଠୀପାଲି ଗ୍ରାମରେ ବିଷଧର ସାପ କାମୁଡାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି l ମୃତ ବୃଦ୍ଧା ଜଣକ ଫଦୋଲ ପାତ୍ର (60) ବୋଲି ଜଣାପଡିଛି l ସୂଚନା ଅନୁସାରେ ଆଜି ସକାଳ ପ୍ରାୟ 7ଟା ସମୟରେ ବୃଦ୍ଧା ଜଣକ ଝାଡୁ କରୁଥିବା ସମୟରେ ଘରେ ମୂଷା ଖୋଲିଥିବା ଏକ ଗାତକୁ ଦେଖି ପୋତୁ ଥିବା ସମୟରେ ଏକ ବିଷଧର ସାପ କାମୁଡି ଦେଇଥିଲା l ତୁରନ୍ତ ବୃଦ୍ଧା ଜଣକ ପରିବାରକୁ ଜଣାଇଥିଲେ l ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ଆଣିଥିଲେ l ମାତ୍ର ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ମୃତ ଘୋଷଣା କରିଥିଲେ l ଖବର ପାଇ ପୋଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି l