ଗାଧୋଇବା ବେଳେ କାଠଯୋଡ଼ିରେ ବୁଡ଼ିଗଲେ ବୃଦ୍ଧା


କଟକ: କଟକ ଦେଇ ଯାଇଥିବା କାଠଯୋଡ଼ି ନଦୀରେ ପୁଣି ଅଘଟଣ । ଗାଧୋଇବାକୁ ଯାଇ ଜଣେ ବୃଦ୍ଧା ନଦୀରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି । ଖାନ୍‌ନଗର ଜଗନ୍ନାଥ ମନ୍ଦିର ନିକଟରେ ଏହି ଘଟଣା ଘଟିଛି । ନିଖୋଜ ବୃଦ୍ଧା ଜଣଙ୍କ ଝାଞ୍ଜିରିମଙ୍ଗଳା ଲୁଣିଆସାହିର ବୋଲି ଜଣାଯାଇଛି ।

ଆଜି ସକାଳେ ବୃଦ୍ଧା ଜଣଙ୍କ ଖାନ୍‌ନଗର ଜଗନ୍ନାଥ ମନ୍ଦିର ନିକଟ ଦେଇ  ବୋହିଯାଇଥିବା କାଠଯୋଡ଼ି ନଦୀରେ ଗାଧୋଉଥିଲେ । ଅସାବଧାନତା କାରଣରୁ ସେ ନଦୀରେ ବୁଡ଼ି ଯାଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ବୃଦ୍ଧାଙ୍କୁ ଖୋଜାଖୋଜି କରୁଛନ୍ତି, ହେଲେ ବୃଦ୍ଧାଙ୍କର ପତ୍ତା ମିଳିନାହିଁ।