ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ତରଫରୁ ଯୁକ୍ତ ତିନି ପ୍ରଥମ ବର୍ଷର ଓଡ଼ିଆ ସମ୍ମାନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି | ଏହି ସ୍ୱାଗତ ସମାରୋହରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ହିମାଂଶୁ ଶେଖର ପାଢ଼ୀ ସଭାପତି ଭାବରେ ଯୋଗଦେଇ ଓଡ଼ିଆ ଭାଷା ଆନ୍ଦୋଳନ ଓ ଓଡ଼ିଆ ଭାଷାର ସୁରକ୍ଷା ଏବଂ ବହୁ ଭାଷା ଶିକ୍ଷା କରିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ | ଇଂରାଜୀ ଅଧ୍ୟାପକ ବିଜୟ କୁମାର ପୁରୋହିତ ସାହିତ୍ୟ ପଢିବା ସହିତ ଜୀବନର ମୂଲ୍ୟବୋଧକୁ ବୁଝିବା ଆବଶ୍ୟକ ବୋଲି କହିଥିଲେ | ଓଡ଼ିଆ ବିଭାଗ ମୁଖ୍ୟ ସୂର୍ଯ୍ୟନାରାୟଣ ପଣ୍ଡା ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହେବାପାଇଁ କହିଥିବାବେଳେ, ଅଧ୍ୟାପକ ପ୍ରକାଶ କୁମାର ସେଠ ଜୀବନର ଆଲୋକ ଓ ଅନ୍ଧାର ଦିଗକୁ ବୁଝି ନିଷ୍ପତି ନେବା ସମ୍ପର୍କରେ କହିଥିଲେ | ଅଧ୍ୟାପିକା ଯାମିନୀ ଦାଶ ସାହିତ୍ୟ ଜୀବନକୁ ଶୃଙ୍ଖଳିତ , ପରିମାର୍ଜିତ ଓ ଜୀବନ ବଞ୍ଚିବାର କଳା ଶିଖାଏ ବୋଲି ବକ୍ତବ୍ୟ ରଖିଥିଲେ | ଏହି ଅବସରରେ ଓଡ଼ିଆ ସମ୍ମାନ ଶେଷବର୍ଷ ଛାତ୍ରୀ ଝୁନୁ ସାହୁ ଅତିଥି ପରିଚୟ ଦେଇଥିବା ବେଳେ ଓଡ଼ିଆ ସମ୍ମାନ ଦ୍ଵିତୀୟ ବର୍ଷ ଛାତ୍ରୀ ସୃଜନୀକା ପଣ୍ଡା ସଭା ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ | ସାହିତ୍ୟ ଅଧୟନ ସୌଭାଗ୍ୟ କଥା ବୋଲି ଅତିଥିଗଣ ବକ୍ତବ୍ୟ ରଖିଥିଲେ | ଏହି ଅବସରରେ ଛାତ୍ର ଆଶିଷ ଜଗଦଲା , ଦେବାଶିଷ ଜଗଦଲା , ଛାତ୍ରୀ ଝୁନୁ ସାହୁ , ଚନ୍ଦ୍ରିକା କର୍ଣ୍ଣ , ନିହାରିକା କର୍ଣ୍ଣ , ସୃଜନୀକା ପଣ୍ଡା ପ୍ରମୁଖ ନୂତନ ଛାତ୍ରଛାତ୍ରୀଙ୍କୁ ନିଜର କଲେଜ ଜୀବନର ଅନୁଭୂତି କହିଥିଲେ |