Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵ ପ୍ରାଥମିକ ସହାୟତା ଦିବସ ପାଳିତ

ବେଲଗୁଣ୍ଠା, ୧୪/୦୯, କ୍ଷେତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ” ବିଶ୍ୱ ପ୍ରାଥମିକ ସହାୟତା ଦିବସ ” ପାଳିତ ହୋଇଛି। ଯୁବ ରେଡ଼କ୍ରସ ଶାଖା ତରଫରୁ ଆୟୋଜିତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିବା ସହ ସ୍ବେଛାସେବୀ ମାନେ ପ୍ରାଥମିକ ସହାୟତା ଭଳି  ମହତ କାର୍ଯ୍ୟକ୍ରମରେ ନିୟୋଜିତ ହୋଇ ଆହତ ବ୍ୟକ୍ତିମାନଙ୍କୁ ତ୍ୱରିତ ସେବା ଯୋଗାଇବାକୁ ପରାମର୍ଶ ଦେଇଥିଲେ। ଯୁବ ରେଡକ୍ରସର ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସ୍କୃତିକ ପରିଷଦର ଉପସଭାପତି ଦେବେଶ ଚନ୍ଦ୍ର ମହାପାତ୍ର, ତ୍ରିନାଥ ବେହେରା, ଗାଙ୍ଗୁଲି ପାଲଟା ସିଂ 
ମଞ୍ଚାସିନ ରହି ଉପସ୍ଥିତ ସ୍ବେଛାସେବୀ ଓ ବିଦ୍ୟାର୍ଥୀମାନଙ୍କୁ ପ୍ରାଥମିକ ସହାୟତା ସଂପର୍କରେ ବହୁ ମୂଲ୍ୟବାନ ଦିଗଦର୍ଶନ ପ୍ରଦାନ କରିଥିଲେ। ଯୁବ ରେଡକ୍ରସର ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ପ୍ରାଥମିକ ସହାୟତା ଉପଚାର କୌଶଳ ଗୁଡିକ ଉପସ୍ଥିତ ବିଦ୍ୟାର୍ଥୀ ମାନଙ୍କୁ ପ୍ରଦର୍ଶନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ତ୍ରିନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଦୀପକ ରାଓ, ଜୟଶ୍ରୀ ସେଠି, ସୌମେନ୍ଦୁ ପଣ୍ଡା, ପଦ୍ମ ଚରଣ ନାୟକ, ରମେଶ ଚନ୍ଦ୍ର ବିଶୋଇ ପ୍ରମୁଖ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ
ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ