Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ଆଦର୍ଶ ବିଦ୍ୟାଳୟ ର ପ୍ରତିଷ୍ଠା ଦିବସ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ରଥ ପୁର ସ୍ଥିତ ଓଡ଼ିଶା ଆର୍ଦଶ ବିଦ୍ୟାଳୟ ର ୧୦ ତମ ପ୍ରତିଷ୍ଠା ଦିବସ ତଥା ୭୫ ତମ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଵିଷ୍ଣୁ ପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହ ରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଉପାଧ୍ୟାକ୍ଷ ନାରାୟଣ ଲୁହା ଏବଂ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ , ପୂର୍ବତନ ଉଚ୍ଚ ଶିକ୍ଷା ପରାମର୍ଶ ଦାତା ଡକ୍ଟର ପ୍ରଫୁଲ୍ଲ କୁମାର ରଥ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଶ୍ରୀ ରଥ ଚରିତ୍ର ଗଠନ ଶୃଙ୍ଖଳା ଆଜ୍ଞାଧୀନ ସମାଜରେ ଭଲ ମଣିଷ ହେବା ଉପରେ ତାଙ୍କ ଆଶ୍ରିତ ବଚନ ରେ ଉଲ୍ଲେଖ କରିଥିଲେ। ସମ୍ମlନିତ ଅତିଥି ଭାବରେ ଭିଏମଡିସି ମେମ୍ବର ଇନ୍ଦ୍ରଜିତ ପରୁଆ , ପିଟିଏ ପ୍ରେସିଡେଣ୍ଟ ମନରଞ୍ଜନ ତରିଆ , ପିଟିଏ ମେମ୍ବର ପ୍ରପୁଲ୍ଲ ଡାଙ୍ଗ, ଯୋଗ ଦେଇଥିଲେ I କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ନରେନ୍ଦ୍ର ବାରିକ । ବିଦ୍ୟାଳୟ ସ୍ତରରେ ଉଭୟ ବରିଷ୍ଠ ଓ କନିଷ୍ଠ ବର୍ଗ ର ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ୭୮ଜଣ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ବିଦ୍ୟାଳୟ ର ପୂର୍ବତନ ମେଧାବୀ ଛାତ୍ର ଅନ୍ତର୍ଯ୍ୟlମି ମିଶ୍ର ମେଡିକାଲ ପାଇଁ ଭୀମଭୋଇ ମେଡିକାଲ କଲେଜ ବଲାଙ୍ଗୀର ରେ ନାମ ଲେଖାଇ ଥିବାରୁ ବିଦ୍ୟାଳୟ ର ଗୌରବ ଆଣିଥିବା ଯୋଗୁଁ ଓଡିଶା ଆଦର୍ଶ ବିଦ୍ୟାଳୟ ରଥପୁର ପରିବାର ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ପାଇଁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସାହାଯ୍ୟ କରିଥିଲେ । ବିଦ୍ୟାଳୟ ର ଶିକ୍ଷକ ହେମନ୍ତ ନାରାୟଣ ସିଂଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।