Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଙ୍ଗେଇଲୁଣ୍ଡା ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରିଡ଼ା ପ୍ରତିଯୋଗୀତା।

ଗୋପାଳପୁର,୧୪/୦୯
ରଙ୍ଗେଇଲୁଣ୍ଡା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା ର ମିଳିତ ସହଯୋଗରେ ରେ ବିଦ୍ୟାଳୟ ସମୂହ କ୍ରିଡ଼ା ପ୍ରତିଯୋଗୀତା ଶନିବାର ଦିନ କନିଷି ବାଲାଜୀ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବେହରା ଅଧ୍ୟକ୍ଷତା କରିବା ସହ ସଭା ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକ ଯୋଗ ଦେଇ କ୍ରିଡ଼ା ପ୍ରତିଯୋଗୀତା କୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଂଶୁମାନ ମହାପାତ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରାଜେଶ୍ବରୀ ଦୋରା, ବ୍ଲକ ଅଧ୍ୟକ୍ଷା ସିଏଚ ଉଷାରାଣୀ, ଉପାଧ୍ୟକ୍ଷା ଅନିତା ମହାଙ୍କୁଡ, ଜିଲ୍ଲା ଶାରୀରିକ ନିରିକ୍ଷକ ଭାଗିରଥି ସ୍ବାଇଁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ଭୂୟାଁ ପ୍ରମୁଖ ଉପସ୍ଥିତ ରହିଥିଲେ। ବିଭିନ୍ନ ସବ ଜୋନ ସ୍ତରରୁ ଚୟନ ହୋଇ ଆସିଥିବା ବିଭିନ୍ନ ବର୍ଗର ୩୨୫ ବିଦ୍ୟାର୍ଥୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରୁ ଖୋଖୋ,କବାଡି ରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ୧୦ ଓ ୮ ଜଣ ଲୋଖାଁଏ ପ୍ରତିଯୋଗୀ ସମେତ ବିଭିନ୍ନ ଆଥେଲେଟ ବିଭାଗ ନିମନ୍ତେ ୨୪ ଜଣ ବିଦ୍ୟାର୍ଥୀ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କ୍ରିଡ଼ା ପ୍ରତିଯୋଗୀତା ନିମନ୍ତେ ଚୟନ ହୋଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ରଙ୍ଗେଇଲୁଣ୍ଡା ବ୍ଲକ ଓ ବ୍ରହ୍ମପୁର ମହାନଗର ନିଗମ ର ସମସ୍ତ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସମେତ କ୍ରିଡ଼ା ଶିକ୍ଷକ ମାନେ ଉପସ୍ଥିତ ରହିଥିଲେ।ବ୍ଲକ କ୍ରିଡ଼ା ସମ୍ପାଦକ ସିତାରାମ ବେବେର୍ତ୍ତା କ୍ରିଡ଼ା ପରିଚାଳନା କରିଥିଲେ।