ଡୁରା ରାମ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେବିଶ୍ୱ ପ୍ରାଥମିକ ସହାୟତା ଦିବସ ପାଳିତ।


ଗୋପାଳପୁର,୧୪/୦୯
ଡୁରା ରାମ ନାରାୟଣ ସ୍ନାତକ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଯୁବ ରେଡ କ୍ରସ ତରଫରୁ ବିଶ୍ୱ ସହାୟତା ଦିବସ ପାଳନ କରାଯାଇଛି।ତାଲିମ ପ୍ରାପ୍ତ ଯୁବ ରେଡ କ୍ରସ ସଂଯୋଜିକା ଡ଼ ଉଷା ରାଣୀ ବ୍ରହ୍ମା ଙ୍କର ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଡ଼ ପିନାକୀ ମିଶ୍ର ଯୋଗ ଦେଇ ଯୋଗ ଦେଇ ସ୍ବେଛାସେବୀ ମାନେ ରେଡ କ୍ରସ ମାଧ୍ୟମ ରେ ପାଉ ଥିବା ଜ୍ଞାନ ଓ କୌଶଳ କୁ ସାଧାରଣ ଲୋକଙ୍କ ବିପଦ ସମୟରେ ଉପଯୋଗୀ କରିବାକୁ ମତପୋଷଣ କରିଥିଲେ।ଏହି ଅବସରରେ ଡ଼ ବ୍ରହ୍ମା ସ୍ବେଛାସେବୀ ମାନେ ଆରୋହଣ କରୁଥିବା ତାଲିମ କୁ ନିଜ ଅଞ୍ଚଳ ରେ ବିପଦ ରେ ପଡିଥିବା ଲୋକଙ୍କ ର ଜରୁରୀ ପରିସ୍ଥିତି ରେ ଉପକାର ସହାୟକ ହେବା ସହ ଓ ଜୀବନ ରକ୍ଷା କରିବାରେ ସହାୟକ ହୋଇପାରିବ ବୋଲି କହିଥିଲେ। ଦୁର୍ଘଟଣା ରେ ଆଘାତ ପ ହୋଇ ରାସ୍ତା ରେ ପଡିଥିବା ବ୍ୟକ୍ତି, ହୃଦ ରୋଗ ରେ ପୀଡିତ ବ୍ୟକ୍ତି, ସାପ କାମୁଡା , ଅଂଶୁ ଘାତ, ରକ୍ତ ସ୍ରାବ ଆଦି କଷ୍ଟ ପାଉଥିବ ବ୍ୟକ୍ତି ଙ୍କୁ କିପରି ତ୍ୱରିତ ସ୍ୱାସ୍ଥ୍ୟ ସେବା ପ୍ରଦାନ କରା ଯାଇ ପାରିବ ତାହାର କଳା ଓ କୌଶଳ ବିଦ୍ୟାର୍ଥୀ ମାନେ ପ୍ରଦର୍ଶିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟ ରାଜେଶ କୁମାର ପଶୁପାଳକ,ନମିତା ପଟ୍ଟନାୟକ, ମଧୁସ୍ମିତା ମହାପାତ୍ର, ସସ୍ମିତା ସାବତ,ମୈସୁମି ମିଶ୍ର, କୃତିବାସ ପ୍ରଧାନ, ଗଣେଶ ଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ, ଗଣିତ ଅଧ୍ୟାପକ ସୁରେଶ କୁମlର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।