Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରିବ୍ୟୁନାଲ ଟିମ୍‌ର କ୍ଷେତ୍ର ପରିଦର୍ଶନ ପରେ ଗେଟ୍‌ ଖୋଲିଲା ଛତିଶଗଡ଼

ସମ୍ବଲପୁର: ଛତିଶଗଡ ଓ ଓଡ଼ିଶା ମହାନଦୀ ବିବାଦ ପ୍ରସଙ୍ଗକୁ ନେଇ ଏବେ ନୂଆ ପ୍ରଶ୍ନ ମୁଣ୍ଡ ଟେକିଛି। କିଛିଦିନ ତଳେ ମହାନଦୀ ଟ୍ରିବ୍ୟୁନାଲ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରିଥିଲେ। ତେବେ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପରେ ଛତିଶଗଡ କଲମା ଡ୍ୟାମ୍ ଖୋଲିଥିବା ଜଣାପଡ଼ିଛି। ମୋଟ ୬୬ଟି ଗେଟରୁ ୨୦ଟି ଗେଟ୍ ଦେଇ ଛଡ଼ାଯାଉଛି ପାଣି । ଏହାକୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ସାମ୍‌ନାକୁ ଆସିଛି। ଛତିଶଗଡ ବେଆଇନ ଭାବରେ ପାଣି ଗଚ୍ଛିତ ରଖିଥିବା ନେଇ ପ୍ରଶ୍ନ ଉଠିଛି। ଏହାସହ ଅଣମୌସୁମୀ ସମୟରେ କାହିଁକି ଖୋଲିଲା କଲମା ଡ୍ୟାମ୍ ବୋଲି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି ।

ଓଡ଼ିଶା ଛତିଶଗଡ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ୍ ଗତ ୨୦ ତାରିଖରେ ଛତିଶଗଡ଼ ଯାଇ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହାପରେ ଆଜି ଛତିଶଗଡ଼ କଲମା ଡ୍ୟାମର ୨୦ଟି ଗେଟ ଖୋଲିଛି । ହୀରାକୁଦ ନଦୀବନ୍ଧ ଜଳସ୍ତର ବର୍ତ୍ତମାନ ୬୧୧.୭୫ ଫୁଟ ରହିଛି । ମେ ୧୦ରେ ହୀରାକୁଦ ଡେଲଟା ଅଞ୍ଚଳ ପରିଦର୍ଶନ କରିବ ଟ୍ରିବ୍ୟୁନାଲ ଟିମ୍ ।