Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁନାପାଲି ରେ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ନେଇ ପ୍ଲାଷ୍ଟିକ ମୁକ୍ତ ପୃଥିବୀ କାର୍ଯ୍ୟକ୍ରମ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲେଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ  ଉପାନ୍ତ ଜଙ୍ଗଲ ପରିବେଶ ଭରା ସୁନାପାଲି ଗ୍ରାମରେ ଅଞ୍ଚଳର ମହିଳା ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ପରିବେଶପ୍ରେମୀ ଶ୍ରୀ ସତ୍ୟଜିତ ଗଡୁଆଙ୍କ ତତ୍ୱାବଧାନରେ ପରିବେଶର ସୁରକ୍ଷା ଓ ପ୍ଲାଷ୍ଟିକ ମୁକ୍ତ ପୃଥିବୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବର୍ତ୍ତମାନ ପରିସ୍ଥିତିରେ ପ୍ରକୃତିର ସଂରକ୍ଷଣ ଓ ସବୁଜିମା ପୃଥିବୀ କୁ ବିଷ ବଳୟରେ ପରିଣତ କରୁଥିବା ପ୍ଲାଷ୍ଟିକ ଆବର୍ଜନାକୁ ମୁକ୍ତ ରଖିବା ସହିତ ଆମେ ସମସ୍ତେ ପ୍ଲାଷ୍ଟିକ ବ୍ୟବହାର କୁ ବନ୍ଦ କରିବା ସହ ପଲିଥିନ ଶୂନ୍ୟ କରିବା ଏବଂ ଜଳବାୟୁ କୁ ସୁସ୍ଥ ରଖିବା ନେଇ ସତ୍ୟଜିତ ବୁଝାଇବା ସହ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ l ସମସ୍ତ ମହିଳା ଗୋଷ୍ଠୀ ଶପଥ ନେବା ସହ ଆମ ପୃଥିବୀ କୁ ଆମେ ପ୍ଲାଷ୍ଟିକ ମୁକ୍ତ ରଖିବା ଓ ଜଳବାୟୁ ପରିବର୍ତ୍ତନରେ ସୁଧାର ହୋଇପାରିବା ନେଇ ପ୍ରତିଜ୍ଞାବଦ୍ଧ ହୋଇଥିଲେ l ପରେ ଗ୍ରାମର ରାସ୍ତା ଓ ସ୍କୁଲ ପରିସରରେ ପଡ଼ିଥିବା ପ୍ଲାଷ୍ଟିକ ପଲିଥିନ ଗୁଡିକୁ ସଂଗ୍ରହ କରି ଅନ୍ୟତ୍ର ନେଇ ସଫେଇ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ କାନ୍ତିଲତା ପଧାନ , ସିଆରପି ଚିତ୍ରାବତୀ  କର୍ମୀଙ୍କ ସମେତ ସମସ୍ତ ମହିଳା ଉପସ୍ଥିତ ଥିଲେ l