Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକଳପୁରରେ ନୂଆଁଖାଇ ଭେଟଘାଟ ଅବସରରେ ‘ ଶିକ୍ଷl ସାମାଜ ପାଇଁ କେତେ ଜରୁରୀ ‘ ନାଟକ ପରିବେଷଣ

ବିରମହlରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ପଞ୍ଚାୟତ ଅନ୍ତର୍ଗତ ବିକଳପୁର ଗ୍ରାମରେ ସ୍ଥାନୀୟ ଯୁବକ ସଂଘ ଓ ମାହେଶ୍ୱରୀ ନାଟ୍ୟ ପରିଷଦ ଆନୁକୁଲ୍ୟ ନୂଆଁଖାଇ ଭେଟଘାଟ abaraକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରୀନିବାସ ପ୍ରଧାନଙ୍କ ପୌରାହିତ୍ୟରେ ଏବଂ ସଙ୍କୀର୍ତ୍ତନ ସାହୁଙ୍କ ସଂଯୋଜନା ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ କୁଳମଣୀ ମେଣ୍ଡିଲି ମୁଖ୍ୟ ଅତିଥି ଭାବରେ ରେ ଯୋଗଦାନ କରିଥିଲେ । ଗ୍ରାମର କଳାକାର ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଆଗରୁ ସାଧାରଣ ଜ୍ଞାନ , ସଙ୍ଗୀତ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଓ ଆୟୋଜକ କମିଟି ସଦସ୍ୟ ମାନେ ପୁରସ୍କୃତ କରିବା ସହିତ ମାନପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ବିକଲପୁର ଯୁବକ ସଂଘ ର ସଦସ୍ୟ ଦେବେନ୍ଦ୍ର ଭୋଇ , ଭକ୍ତରାମ ବଗର୍ତ୍ତୀ , ସୁବ୍ରତ ମେଣ୍ଡିଲି , କୁଳମଣି ମେଣ୍ଡିଲି ପ୍ରମୁଖ ନୂଆଁ ଖାଇ ବିଷୟ ରେ ନିଜେ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସର ରେ ଗ୍ରାମର କଳାକାର ମାନଙ୍କ ଦ୍ବାରା “ଶିକ୍ଷା ସମାଜ ପାଇଁ କେତେ ଜରୁରୀ” ବିଷୟ ବସ୍ତୁକୁ ନେଇ ଏକ ସଚେତନତା ଧର୍ମୀ ଛୋଟ ନାଟକ ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମ ଆରମ୍ଭ ରୁ ଶେଷ ଯାଏଁ ଅନୁଷ୍ଠାନ ର ସଦସ୍ୟ ସୁଦର୍ଶନ ଭୋଇ , ବିଦ୍ୟାଧର ପ୍ରଧାନ, ଶ୍ରୀକାନ୍ତ ମେହେର , ଗରୁଡ଼ କର୍ଣ୍ଣ , ଅଶୋକ ସେଠୀ , ମକର ମେହେର, ଦିଲ୍ଲୀପ ପାଣ୍ଡେ , ମଣ୍ଟୁ ପଧାନ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ