ଆଜି ଭିତର ରତ୍ନଭଣ୍ଡାର ଯାଞ୍ଚ; ଖୋଲିବ କି ଗୁପ୍ତ ସୁଡ଼ଙ୍ଗର ରହସ୍ୟ ?


ପୁରୀ: ଜଗନ୍ନାଥ ଭକ୍ତଙ୍କ ମନରେ କୌତୁହଳ । କାରର ଆଜି ଏଏସଆଇ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ପ୍ରାରମ୍ଭିକ ଯାଞ୍ଚ ଆରମ୍ଭ କରୁଛି । ଆଉ ଜଗା ଭକ୍ତ ରତ୍ନଭଣ୍ଡାରର ରହସ୍ୟ ଖୋଲିବାକୁ ଅପେକ୍ଷା କରି ରହିଛନ୍ତି । ଆଜି ଏଏସଆଇ ପକ୍ଷରୁ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ କରାଯିବ । ଏଏସଆଇ ଅତିରିକ୍ତ ମହା ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଆଜି ଗୋଟିଏ ଦିନ ହେବ ଯାଞ୍ଚ । ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନର ୨୬ ଜଣିଆ ମିଳିତ ଟିମ୍ ସାମିଲ ହେବେ ।

ଏସଓପି ଅନୁସାରେ ରତ୍ନଭଣ୍ଡାର ଯାଞ୍ଚ ବେଳେ ଶ୍ରୀଜିଉଙ୍କ ନୀତିକାନ୍ତିରେ ଯେପରି ବ୍ୟାଘାତ ନ ଘଟେ, ସେଥିପାଇଁ ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଅପରାହ୍ନ ଗୋଟାଏରୁ ନିରୀକ୍ଷଣ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଭକ୍ତମାନେ ସିଂହଦ୍ୱାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କିଣି ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରିବେ ।

ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଂଗ୍ ରୁମକୁ ସ୍ଥାନାନ୍ତରଣ କରାଯାଇଛି । ସେହିପରି ଖାଲି ଆଲମିରା ଓ ସିନ୍ଦୁକ ଗୁଡିକ ନୀଳାଦ୍ରି ମ୍ୟୁଜିୟମ ନିକଟକୁ ସ୍ଥାନାନ୍ତରିତ ହୋଇ ସାରିଛି । ଏବେ ରତ୍ନଭଣ୍ଡାର ଖାଲି ଥିବା ବେଳେ ଏହାର ନୀରିକ୍ଷଣ କରିବେ ଏଏସ୍ଆଇ ।