ବାଇକ୍ ଉପରେ ମାଡ଼ିଗଲା ଟ୍ରକ: ଜଣେ ମୃତ, ଦୁଇ ଗୁରୁତର


ବାଲେଶ୍ବର: ବାଇକରେ ତିନି ଜଣ ଯାଉଥିବା ବେଳେ ମାଡ଼ିଗଲା ଟ୍ରକ । ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜୁଇଜଣ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏମିତି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ୬୦ନମ୍ବର ଜାତୀୟ ରାଜପଥର ଅମରା ନିକଟରେ । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସାର୍ଥା ଅଞ୍ଚଳର ରାଜେଶ୍ୱର ମହାନ୍ତି ।
ଆଜି ସକାଳେ ଏକ ବାଇକ୍ରେ ୩ ଜଣ ସାଙ୍ଗ ଯାଉଥିଲେ । ଏହି ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା । ସମସ୍ତେ ଛିଟିକି ପଡ଼ି ଯାଇଥିଲେ । ଜଣେ ବାଇକ ଆରୋହୀଙ୍କ ଉପରେ ଟ୍ରକ୍ ମାଡ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଖବର ପାଇବା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି । ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।