ଆଗାମୀ ଦିନରେ ଭାରତ ପ୍ରମୁଖ ଅସ୍ତ୍ର ରପ୍ତାନୀକlରି ଦେଶ ହେବ


ବୀରମହାରାଜପୁର : (ସୌମିତ୍ରି ମେହେର) ଅଶି ଦଶକରେ ଆମଦେଶ ଆମେରିକାର ଗହମକୁ ଭରସାକରି ଚଳୁଥିଲା । ସେଠାରୁ ଗହମ ଆସିଲେ ଆମ ପିଲାମାନେ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଉଥିଲେ । କିନ୍ତୁ ଆଜି ଭାରତ ବିଶ୍ବର ଏକ ପ୍ରମୁଖ ଅସ୍ତ୍ର ରପ୍ତାନୀକାରୀ ରାଷ୍ଟ୍ର ହେବାକୁ ଯାଉଛି । ଆମ ଦେଶର ବୈଜ୍ଞାନିକ ମାନଙ୍କ କଠୋର ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଛି । ଏକାଗ୍ର ମନରେ କଠୋର ପରିଶ୍ରମ କଲେ ଛାତ୍ରଛାତ୍ରୀମାନେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ବୋଲି ବୀରମହାରାଜପୁର ମହାବିଦ୍ୟାଳୟ ବିଜ୍ଞାନ ବିଭାଗର ସ୍ବାଗତ ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ବୁଧବାର ଏହି ଅବସରରେ ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ପରିଚାଳନା ସମିତିର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରୀ ମୁଖ୍ୟ ଅତିଥିଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଇଂରାଜୀ ବିଭାଗର ମୁଖ୍ୟ ଗୀତାଞ୍ଜଳି ପୂଝାରୀ , ପ୍ରାଣୀ ବିଜ୍ଞାନ ମୁଖ୍ୟ ସଞ୍ଜିତ୍ କୁମାର ନାୟକ , ରସାୟନ ବିଜ୍ଞାନ ଅଧ୍ୟାପକ ବିରଞ୍ଚିନାରାୟଣ ମିଶ୍ର , ପଦାର୍ଥ ବିଜ୍ଞାନର ଡେମନଷ୍ଟେଟର ବଳରାମ ଶତପଥୀ ପ୍ରମୁଖ ଯୋଗଦେଇଥିଲେ । ସେହିପରି ବିଜ୍ଞାନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ମଧ୍ୟରୁ ଜିତେନ୍ଦ୍ର କୁମାର ସାହୁ , ଦୀପକ ଟପୋ , ବିଦ୍ୟୁତପ୍ରଭା ରଥ , ସିଦ୍ଧେଶ୍ବର ତ୍ରିପାଠୀ, ମାଧବ ପଧାନ, ସୁନୀଲ କୁମାର ତ୍ରୀପାଠୀ ପ୍ରମୁଖ ବକ୍ତବ୍ୟ ରଖି ଛାତ୍ରଛାତ୍ରୀ ମାନଙ୍କୁ ଭଲମଣିଷ ହେବାପାଇଁ ପରାମର୍ଶ ଦେଇଥିଲେ । ଛାତ୍ରୀଛାତ୍ରୀଙ୍କ ମଧ୍ୟରୁ ଶ୍ରୀୟା ମଞ୍ଜରୀ ସାହୁ ଓ ପ୍ରିତିଷ ସାହୁ +୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ବାଗତ ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସରରେ ଗତ ଶିକ୍ଷାବର୍ଷରେ +୩ରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦାୟୀ ସମ୍ବର୍ନ୍ଧନା ଦିଆଯାଇଥିଲା । ଛାତ୍ରୀ ସ୍ବାଗତିକା ରଥ ଓ ସୁପ୍ରିତା ମେଣ୍ଡିଳି ସଭା ସଂଯୋଜନା କରିଥିବା ବେଳେ ସୁପ୍ରିୟା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଆୟୋଜନରେ ଅଣଶିକ୍ଷା କର୍ମଚାରୀଙ୍କ ମଧ୍ୟରୁ ଜଗଦୀଶ ସାହୁ , ବରୁଣ କଲତା , ଶ୍ରୀରାମ ଦେହୁରୀ , ଦିବାକର ଭୋଇ ସହଯୋଗ କରିଥିବା ବେଳେ ଛାତ୍ରମାନଙ୍କ ମଧ୍ୟରୁ ବିନୟ କୁମାର ପଣ୍ଡା , ଶୁଭମ ଅମାତ , ମାନସୁ କୁମାର ହୋତା , ସୂର୍ଯ୍ୟନାରାୟଣ ନାୟକ , ଦୀପକ ରଣା , ହରିହର କର୍ଣ୍ଣ , କିଶୋର ନାଗ ପ୍ରମୁଖ ସହଯୋଗ କରିଥିଲେ ।