Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଭିଯୁକ୍ତ କୁ ଗିରଫ କରିବା ପାଇଁ ପିଡିତା ନାବାଳିକା ପରିବାର ଥାନା ର ଦ୍ୱାରସ୍ଥ।

କଳାହାଣ୍ଡି:୧୯/୦୯
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରା ଗ୍ରାମ ର ଜଣେ ବିବାହିତ ଯୁବକ ରାଜୀବ ନାଏକ ସେହି ଗ୍ରାମ ର ମଧୁ ବିଶି ଙ୍କ ନବମ ଶ୍ରେଣୀରେ ପଢ଼ୁଥିବା ନାବାଳିକା କୁ ନିଜ ପ୍ରେମ ଜାଲ ରେ ଫସାଇ ଗତ ୧୮/୦୭ ରେ ପରିବାର ଲୋକେ ଚାଷଜମି କୁ ଯାଇଥିବା ବେଳେ ଘରେ ନାବାଳିକା ଏକୁଟିଆ ଦେଖି ଏହାର ସୁଯୋଗ ନେଇ ଅପହରଣ କରି ନେଇଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ସତ୍ତ୍ୱେ ମଧ୍ୟ କୌଣସି ସୁରାଗ ନ ପାଇବାରୁ କୋକସରା ଥାନା ରେ ରେ ନାବାଳିକା ନିଖୋଜ ସହ ଗାଁ ର ରାଜୀବ ନାଏକ ଅପହରଣ କରି ନେଇଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କୋକସରା ପୋଲିସ ପକ୍ଷରୁ ୧୧/୦୯ ରେ ନାବାଳିକା ଅପହରଣ ନେଇ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ। ଅଭିଯୁକ୍ତ ରାଜୀବ ନାଏକ ପ୍ରାୟ ଏକ ମାସ ନାବାଳିକା କୁ ବିଭିନ୍ନ ଗ୍ରାମ ରେ ନିଜର ସମ୍ପର୍କୀୟ ଲୋକଙ୍କ ଘରେ ରଖି ତା ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ପରେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ନାବାଳିକା କୁ ଉଦ୍ଧାର କରିବା ସହ ଅଭିଯୁକ୍ତ କୁ ଗିରଫ କରି ଡାକ୍ତରି ମାଇନା କରିଥିଲେ। ନାବାଳିକା କୁ ବାପା ଘରେ ଗ୍ରହଣ ନ କରିବାରୁ ଜିଲ୍ଲା ସିଡବ୍ଲୁସି କୁ ହସ୍ତାନ୍ତର କରିଥିଲେ। ଅନ୍ୟପକ୍ଷରେ ପୋସ୍କୋ ଧାରା ଅନୁସାରେ ଅଭିଯୁକ୍ତ କୁ ଗିରଫ କରି ଅଭିଯୁକ୍ତ ରାଜୀବ ନାଏକ ର ଗୋଡ଼ ଭାଙ୍ଗିଥିବା ନେଇ ଏକ ଚୁକ୍ତିନାମା ରେ ଛାଡି ଦେଇଥିବା ଜଣାପଡିଛି। ଏହି ଘଟଣା କୁ ନାବାଳିକା ପରିବାର ଲୋକେ ପ୍ରତିବାଦ କରିଛନ୍ତି। ପୋଲିସ ଅଭିଯୁକ୍ତ କୁ ଘଣ୍ଟ ଘୋଡାଉଥିବା ଓ ସୁରକ୍ଷା ଦେଉଥିବା ଅଭିଯୋଗ କରି ଗୁରୁବାର ନାବାଳିକା ର ବାପା ମଧୁ ବିଶି,ମା ଦିନମତି ବିଶି ଓ ପରିବାର ଓ ସମ୍ପର୍କୀୟ ବର୍ଗ ଙ୍କ ପକ୍ଷରୁ କୋକସରା ପୋଲିସ ର ଦ୍ୱାରସ୍ଥ ହୋଇ ନ୍ୟାୟ ପ୍ରଦାନ ପାଇଁ କୋକସରା ଆଇଆଇସି ରୋନିତା ପ୍ରଧାନ ଙ୍କୁ ଭେଟି ଅଭିଯୁକ୍ତ କୁ ତୁରନ୍ତ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଏନେଇ କୋକସରା ଆଇଆଇସି ରୋନିତା ପ୍ରଧାନ ଙ୍କ ପ୍ରତିକ୍ରିୟା ନେବାରୁ ଅଭିଯୁକ୍ତ କୁ ଅସୁସ୍ଥତା କାରଣରୁ ଚୁକ୍ତିନାମା ରେ ଛଡା ଯାଇଛି। ସୁସ୍ଥ ହେବା ପରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯିବ ବୋଳି କହିଛନ୍ତି।