ଯବାନଙ୍କୁ ଟାର୍ଗେଟ କରି ମାଓବଦୀ ଖଞ୍ଜିଥିବା ବୋମାକୁ କରାଗଲା ନିଷ୍କ୍ରିୟ


ମାଲକାନଗିରି: ବିଏସଏଫ ଯବନା ଥିଲେ ଟାର୍ଗେଟରେ । ବଡ଼ ଧରଣର ବିସ୍ଫୋରଣ କରି ଯବନାଙ୍କ ଜୀବନ ନେବାକୁ ମାଓବାଦୀ ରଚିଥିଲେ ଷଡଯନ୍ତ୍ର । ଗଛ ମୂଳରେ ଖଞ୍ଜି ଥିଲେ ଟିଫଇନ ବୋମା । ହେଲେ ସର୍ଚ୍ଚ ଅପରେସନ ବେଳେ ବୋମାର ସୁରାକ ପାଇଯାଇଥିଲେ ଯବାନ । ଏହାପରେ ବୋମାଟିକୁ ନିଷ୍କ୍ରିୟ କରିଦିଆଯାଇଛି । ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ ।

ସୂଚନା ଅନୁସାରେ, ଭେଜେଙ୍ଗୱାଡା ଜଙ୍ଗଲରେ ନକ୍ସଲମାନେ ବିଏସଏଫ ଯବାନଙ୍କୁ ଟାର୍ଗେଟ କରି ଗଛ ମୂଳରେ ଟିଫିନ ବୋମା ଖଞ୍ଜିଥିଲେ । ଗତକାଲି ଯବାନମାନେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିଲେ । ଏହି ସମୟରେ ଟିଫିନ ବୋମା ସହ ଡିଟୋନେଟର ଓ ବିଦ୍ୟୁତ୍ ତାର ଉଦ୍ଧାର କରିଥିଲେ । ପରେ ସୁରକ୍ଷାକର୍ମୀ ବୋମାଟିକୁ ନିଷ୍କ୍ରିୟ କରିଦେଇଥିଲେ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ନକ୍ସଲମାନେ ଏହି ବୋମା ଖଞ୍ଜିଥିବା ସନ୍ଦେହ କରାଯାଉଛି । ବିଏସଏଫ୍ ଯବାନଙ୍କ ସତର୍କତା ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଛି ।