ସ୍କୁଲରେ ତାଲା ପକାଇଲେ ଜମି ମାଲିକ । ଶିକ୍ଷା ଦାନାରେ ବାଧାପ୍ରାପ୍ତ।


କଳାହାଣ୍ଡି:୨୦/୦୯
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚହକା ପଞ୍ଚାୟତର ଧଅଁରାମାଳ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଗତ ୧୪ ସେପ୍ଟେମ୍ବରରୁ ତାଲା ପକାଇ ଥିବା ଦେଖିବାକୁ ମିଳିଛି । ସ୍କୁଲରେ ତାଲା ପଡିବାରୁ ଶିକ୍ଷାଦାନାରେ ବାଧାପ୍ରାପ୍ତ ହୋଇଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ସୂଚନାରୁ ପ୍ରକାଶ ଗ୍ରାମର ରାମଚନ୍ଦ୍ର ବାଗଙ୍କ ସ୍ତ୍ରୀ ଉର୍ମିଳା, ବଡ଼ ଭାଉଜ ଓ ତାଙ୍କର ମାଁ ସ୍କୁଲକୁ ଯାଇ ତାଲା ପକାଇଥିଲେ । ସେମାନେ କହିବା ଅନୁଯାଇ ସ୍କୁଲ ଜାଗା ତାଙ୍କ ପ୍ଲଟରେ ଅଛି,ହେଲେ ଆଜି ପର୍ଯ୍ୟନ୍ତ ରାଜସ୍ବ ନିରୀକ୍ଷକଙ୍କ ଜରିଆରେ ଜମି ଡିମାରକେସନ ହୋଇ ନ ଥିବା ସ୍କୁଲ ରିଜୁଲେସନରେ ଉଲ୍ଲେଖ କରାଯାଇଛି । ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଗାମ୍ବର ମାଝୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭବାନୀ ଶଙ୍କର ଯୋଶୀଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାଇ ଶ୍ରୀ ଯୋଶୀ ସେପ୍ଟେମ୍ବର ୧୫ ରେ ଧଅଁରାମାଳ ସ୍କୁଲ ଗ୍ରସ୍ତ କରି ତଦନ୍ତ କରିଥିଲେ । ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ହୋତା ମଧ୍ୟରେ ପଢାଇବାକୁ ଯୋଜନା ରଖିଥିବା ବେଳେ ରାମଚନ୍ଦ୍ରଙ୍କ ସ୍ତ୍ରୀ, ଭାଉଜ ଓ ମାଁ ଆସି ମନା କରିଥିଲେ । ଯାହା ଫଳରେ କି ଶିକ୍ଷା ଦାନରେ ବାଧାପ୍ରାପ୍ତ ଘଟିଛି । ଶିକ୍ଷାଦାନରୁ ବଞ୍ଚିତ ନ ହେବା ପାଇଁ ସ୍କୁଲ କମିଟି ଓ ଗ୍ରାମବାସୀ ମିଶି ଏକ ବୈଠକ କରି ଗ୍ରାମର ଏକ ବୃକ୍ଷମୂଳରେ ନିୟମିତ ପଢାଇବାକୁ ଗ୍ରାମବାସୀଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଛି ବୋଲି ପ୍ରକାଶ ପାଇଛି । ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ମଧ୍ୟ ଗଛ ମୂଳରେ ରନ୍ଧାଚାଲିଥିବା ବେଳେ କୌଣସି ବିଷାକ୍ତ କୀଟ କାଳେ ପଡିଯାଏ କିଏ ଦାୟୀ ରହିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏ ନେଇଗୋଷ୍ଠୀ ଶିକ୍ଷା ଅଧିକାରୀ ଭବାନୀ ଶଙ୍କର ଯୋଶୀଙ୍କୁ ଫୋନ ଯୋଗେ ପଚାରିବାରୁ ସତ୍ୟ କଥା ବୋଲି ସ୍ୱୀକାର କରିଛନ୍ତି କିନ୍ତୁ ଏବିଷୟରେ ତହସିଲଦାର ଜରିଆରେ ଡିମାରକେସନ ହୋଇଥିବା ବେଳେ ଧର୍ମଗଡ଼ ଉପ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଛି ବୋଲି କହିଥିଲେ । ଦରକାର ପଡିଲେ ଛାତ୍ରଛାତ୍ରୀ ମାନଙ୍କୁ ଅନ୍ୟ ସ୍କୁଲକୁ ସ୍ଥାନାନ୍ତର କରି ଶିକ୍ଷାଦାନ କରାଯିବ ବୋଲି ମତ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ଏ ଉପରେ ଦୃଷ୍ଟି ଦେଇ ସରକାରୀ ଜାଗାରେ ନୂତନ ବିଦ୍ୟାଳୟ କୋଠା ନିର୍ମାଣ କରିବାକୁ ଗ୍ରାମର ଅନ୍ତ ଯୁଆଡ,ରଞ୍ଜିତ ନାଗ,ସଂକୀର୍ତନ ଯୁଆଡ, ଦୀପାଞ୍ଜଳି ଯାନୀ,ଅପନା ଯୁଆଡ, ମେଘ ଯାନୀ ପ୍ରମୁଖ ଦାବି କରିଛନ୍ତି ।

ଗଜପତି ଜିଲ୍ଲାରୁ ହରିୟାଣାକୁ ଗଞ୍ଜେଇ ନେଇ ବିକ୍ରି କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଉଠାଇ ନେଲା ହରିୟାଣା ପୁଲିସ ପାରଳାଖେମୁଣ୍ଡି:୨୮/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଥାନା ପୁଇପଡ ଗାଁରୁ ଜଣେ ଗଞ୍ଜେଇ ଅଭିଯୁକ୍ତକୁ ହରିୟାଣା ପୁଲିସ ଗିରଫ କରିନେଇଛି । ଗଞ୍ଜେଇ ଅଭିଯୁକ୍ତ ଜଣକ ସେହି ଗାଁର ସୁବିତ୍ କୁମାର ନାୟକ(୪୨) । ଗିରଫ ପରେ ମୋହ‌ନା କୋର୍ଟରେ ହାଜର କରି ପୋଲିସ ହରିଆଣା ନେଇଯାଇଛି । ଗତ ୨୩ ତାରିଖ ଦିନ ହରିଆଣାର ଜିନ ଗାଁରୁ ୨୪ କିଲୋ ଗଞ୍ଜେଇ ଜବତ ସହ ହରିୟାଣାର ବର୍ଥା ଗାଁର ରିତିକ କୁମାର (୨୩)କୁ ପୋଲିସ ଗିରଫ କରିଥିଲା । ଉକ୍ତ ଗଞ୍ଜେଇର ମୂଲ୍ୟ ତିନି ଲକ୍ଷ ଟଙ୍କା । ତଦନ୍ତ ପରେ ଗିରଫ ରିତିକର ସୂଚନା ଆଧାରରେ ହରିୟାଣା ପୁଲିସର ୪ ଜଣିଆ ଟିମ ମୋହନାରେ ପହଞ୍ଚୁଥୁଲେ । ମୋହନା ଥାନା ପୁଲିସ ସହାୟତାରେ ପୁଇପଡ ଗାଁରେ ପହଞ୍ଚୁ ସୁବିତ୍‌କୁ ଗିରଫ ହରିଆଣା ପୁଲିସ କରିଛି । ସୁବିତ୍ ଗଞ୍ଜେଇ ନେଇ ଛତ୍ରପୁର ରେଳ ଷ୍ଟେସନକୁ ଯାଇଥିଲା । ସେଠାରୁ ରିତିକ ଗଞ୍ଜେଇ ନେଇ ହରିଆଣା ଯାଇଥିଲା ବୋଲି ହରିୟାଣା ପୁଲିସ ଏସଆଇ ବିନୋଦ କୁମାର କହିଛନ୍ତି । ଏହି ଚଢ଼ାଉରେ ହରିୟାଣା ପୁଲିସ ଏଏସଆଇ ଉପକାର ଓ ତାଙ୍କ ଟିମ୍ ସାମିଲ ଥିଲେ ।