Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପୁରାତନ ଛାତ୍ର ସଙ୍ଗଠନ ର ବୈଠକ ।

ଗୋପାଳପୁର ୨୧/୯
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷ ରେ ଶୁକ୍ରବାର ଅପରାହ୍ନରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏଵଂ ସଂଗଠନର ସଭାପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ୨୦୨୪ ଶିକ୍ଷା ବର୍ଷର ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପୁରାତନ ଛାତ୍ର ସଂଗଠନ ର ପ୍ରଥମ ବୈଠକ ସ୍ନାତକୋତ୍ତର ବିଭାଗର ଅଧକ୍ଷ ପ୍ରଫେସର୍ ସୁକାନ୍ତ କୁମାର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ରୂପେ ଭାରତୀୟ ପ୍ରଦ୍ୟୋଗିକ ପ୍ରତିଷ୍ଠାନ ମାଡ୍ରାସ ର ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ପ୍ରଫେସର ତଥା ପୁରାତନ ଛାତ୍ର ପ୍ରଫେସର ପ୍ରଶାନ୍ତ କୁମାର ତ୍ରିପାଠୀ ଯୋଗ ଦେଇ ‘ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ଭାରତୀୟ ପ୍ରଦ୍ୟୋଗିକ ପ୍ରତିଷ୍ଠାନ ମାଡ୍ରାସ ପର୍ଯ୍ୟନ୍ତ ଯାତ୍ରା ‘ ଶୀର୍ଷକ ଉପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ର ଜୀବନରୁ ଭାରତୀୟ ପ୍ରଦ୍ୟୋଗିକ ପ୍ରତିଷ୍ଠାନ ମାଡ୍ରାସ୍ ପ୍ରାଧ୍ୟାପକ ପର୍ଯ୍ୟନ୍ତ ନିଜର ଜୀବନ ଅନୁଭୂତିକୁ ଛାତ୍ର ମାନଙ୍କୁ କହିଥିଲେ। ଉଚ୍ଚଶିକ୍ଷା ଓ ଗବେଷଣାର ମହତ୍ତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ। ପୁରାତନ ଛାତ୍ର ସମ୍ମିଳନୀର ଉପସଭାପତି ପ୍ରଫେସର ସିଦ୍ଧାର୍ଥ ଶଙ୍କର ପଣ୍ଡା ସ୍ବାଗତ ଭାଷଣ, ଅତିଥି ପରିଚୟ ଓ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ. ସ୍ନାତକୋତ୍ତର ର କିଛି ଛାତ୍ର ଛାତ୍ରୀ ଙ୍କ ମନରେ ଥିବା ପ୍ରଶ୍ନର ଉତ୍ତର ମଧ୍ୟ ମୁଖ୍ୟ ଅତିଥି ଦେଇଥିଲେ। ଶେଷରେ ସମ୍ପାଦକ ଡ଼. ସତ୍ୟନାରାୟଣ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ବିଶ୍ଵବିଦ୍ୟାଳୟ ପକ୍ଷରୁ ମୁଖ୍ୟଅତିଥି ଙ୍କୁ ଉପଢୌକନ, ପୁଷ୍ପଗୁଛ ସହ ଉପହାର ଦେଇ ସମ୍ମାନିତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories