କଳାମାଟି ପଞ୍ଚାୟତରେ “ସ୍ୱଛତା ହିଁ ସେବା” କାର୍ଯ୍ୟକ୍ରମ,


ଚିପିଲିମା,ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ କଳାମାଟି ପଞ୍ଚାୟତର କଳାମାଟି ଗ୍ରାମରେ ଗତକାଲି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ଡ଼ଃ ସୁଷମା ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାବେଳେ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ନେଇ ଏକ ସଚେତନତା ରାଲି ପ୍ରଦର୍ଶନ ହୋଇଥିଲା l ପରେ କଳାମାଟି ଗ୍ରାମରେ ସଫେଇ କାର୍ଯ୍ୟକ୍ରମ କରି ଗାଁକୁ ସ୍ଵଛ ରଖିବାକୁ ପରାମର୍ଶ ଦିଆଯାଇଥିଲା l ଆଜି ସରପଞ୍ଚ ଡ଼ଃ ସୁଷମା ସାହୁଙ୍କ ନେତୃତ୍ୱରେ ନିକଟସ୍ଥ ଆଇଆଇଏମ ଛାତ୍ରଛାତ୍ରୀମାନଙ୍କୁ ନେଇ ଗୋଶାଳା ଛକରେ ଏକ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ, ଗୋଶାଳା ଛକରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆୟୋଜିତ କାର୍ଯ୍ୟକ୍ରମ ରେ ଆଇଆଇଏମ ଛାତ୍ରଛାତ୍ରୀ ସମେତ ଏସଏଚଜି ମହିଳା, ବିଭିନ୍ନ ସଂଗଠନର ସଦସ୍ୟସଦସ୍ୟା,ଜିଆରଏସ ରେଶମା ନାଥ, ରଞ୍ଜିତ ଦେବତା, ଲକ୍ଷ୍ମୀ ନାୟକ, ଗ୍ରୁପ ସମ୍ପାଦିକା ରିତା ସାହୁ ପ୍ରମୁଖ ସହଯୋଗ କରିଥିଲେ l ସରପଞ୍ଚଙ୍କ ଏପରି ଏକ କାର୍ଯ୍ୟକୁ ଅଞ୍ଚଳରେ ସ୍ୱାଗତ କରାଯାଇଛି l ଆଗକୁ ବିଭିନ୍ନ ସ୍ଥାନରେ ଏହି ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଜାରିରହିବ ଏବଂ ସଫେଇ କାର୍ଯ୍ୟକ୍ରମ କରାଯିବ ବୋଲି ସରପଞ୍ଚ ଡ଼ଃ ସୁଷମା କହିଛନ୍ତି l