Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂକୁଳ ସ୍ତରୀୟ ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ

ଝାରସୁଗୁଡା ୨୪/୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସଂକୁଳ ସ୍ତରୀୟ ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ବେଳପାହାଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସୋମବାର ଦିନ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି, ଓଡ଼ିଶା ସମ୍ବଲପୁର ସଂଭାଗର ବିଭାଗ ନିରୀକ୍ଷକ ଜୟ କିଶୋର ପଣ୍ଡା ଅଧ୍ୟକ୍ଷତା କରିଥିଲେ। ବ୍ରଜରାଜନଗର ସଂକୁଳ ପ୍ରମୁଖ ଯୋଗେଶ୍ୱର ପ୍ରଧାନ, ସଂକୁଳ ସଂଯୋଜକ ଅରୁଣ କୁମାର ସାହୁ ଙ୍କ ସମେତ ସଂକୁଳର ୯ଟି ବିଦ୍ୟାଳୟର ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ଅଂଶଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ । ମୁଖ୍ୟ ଅତିଥିଙ୍କ ଦ୍ଵାରା ଦୀପ ପ୍ରଜ୍ଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।
ବେଳପାହାଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ କୁମୁଦ ଚନ୍ଦ୍ର ସାମଲ ପରିଚୟ ପ୍ରଦାନ କରିବା ସହ ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଉକ୍ତ ବୈଠକରେ ଚଳିତ ଶିକ୍ଷାବର୍ଷରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ଗୁଡିକ ସମୀକ୍ଷା ହେବା ସହ ଶୈକ୍ଷିକ ଓ ବ୍ୟଚାରିକ, ବିଦ୍ୟାଳୟ ପରିଚାଳନା ବ୍ୟବସ୍ଥା ଆଦି ବିଷୟରେ ବିଭାଗ ନିରୀକ୍ଷକ ଶ୍ରୀ ପଣ୍ଡା ପ୍ରାଞ୍ଜଳ ଭାବରେ ଆଲୋଚନା କରିଥିଲେ । ସେହିପରି ବୌଦ୍ଧିକ କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର8 ବନିତା ମିଶ୍ର ଓ ସୁଶ୍ରୀ ବର୍ଷା ପଟ୍ଟନାୟକ ସଞ୍ଚାଳନ କରିଥିଲେ । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ସମିତିର ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ମାନଙ୍କ ମଧ୍ୟରେ ବ୍ରଜରାଜନଗର ସମ୍ପାଦକ ସାହେବ ରାଓ ଓ ପ୍ରଧାନ ଆଚାର୍ଯ୍ୟ ଯୋଗେନ୍ଦ୍ର ଠାକୁର, ବନ୍ଧବାହାଲର ସମ୍ପାଦକ ଅଭିନ ଚନ୍ଦ୍ର ରାଉତ ଓ ପ୍ରଧାନ ଆଚାର୍ଯ୍ୟ ଅରୁଣ କୁମାର ସାହୁ,ସମରବଗା ସମ୍ପାଦକ ମହେନ୍ଦ୍ର କୁମାର ସାଏ ଓ ପ୍ରଧାନ ଆଚାର୍ଯ୍ୟ ଭୀଷ୍ମଦେଵ ପଧାନ, ବେଲପାହାଡ଼ ସମ୍ପାଦକ ମୋତିରାମ ମେହେର, ଯୁଗ୍ମ ସମ୍ପାଦକ ଗୋବର୍ଦ୍ଧନ ପଟ୍ଟନାୟକ, ଉପ ସଭାପତି ରମେଶ ଚନ୍ଦ୍ର ସା ଓ ପ୍ରଧାନ ଆଚାର୍ଯ୍ୟ କୁମୁଦ ଚନ୍ଦ୍ର ସାମଲ, ଲଖନପୁର ସମ୍ପାଦକ ରାଜକୁମାର ସାହୁ ଓ ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ ଖମାରୀ,ରାଜପୁର ପ୍ରଧାନ ଆଚାର୍ଯ୍ୟ ସାଧୁଚରଣ ସା, ପଞ୍ଚଗାଁ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ରଥ,କନକତୋରା ପ୍ରଧାନ ଆଚାର୍ଯ୍ୟା ବିନୀତା ମିଶ୍ର, କଣ୍ଢେଇକେଲା ପ୍ରଧାନ ଆଚାର୍ଯ୍ୟ ଦାୟିତ୍ଵରେ ଜବାହାର ପ୍ରଧାନ ଉପସ୍ଥିତ ରହିଥିଲେ । ବେଳପାହାଡ଼ ଶିଶୁ ବାଟିକା ବିଭାଗର ଆଚାର୍ଯ୍ୟା ଜ୍ୟୋସ୍ନା ସାହୁ, ହେମକାନ୍ତି, ପଦ୍ମିନୀ ମହନ୍ତ, ସେବକ,ସେବିକା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ବେଳପାହାଡ଼ ସମ୍ପାଦକ ମୋତିରାମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ