Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ମାଣଧୀନ ଶ୍ରେଣୀଗୃହ ଛାତରୁ ଝରୁଛି ବର୍ଷା ପାଣି ଝାରଗାଁ ଗ୍ରାମବାସୀଙ୍କ ରାଜସ୍ୱ ମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ

ଝାରସୁଗୁଡା ୨୪/୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କନକତୋରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝାରଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ଭାବେ ନିର୍ମାଣ କରା ଯାଉଥିବା ଶ୍ରେଣୀ ଗୃହ ସାମାନ୍ୟ ବର୍ଷାରେ ଛାତରୁ ପାଣି ଝରୁଥିବା ପ୍ରସଙ୍ଗକୁ ନେଇ ଝାରଗାଁ ଗ୍ରାମବାସୀ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।
ସୂଚନା ମତେ ଝାରଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଛାତ୍ରଛାତ୍ରୀ ସଂଖ୍ୟା ୬୦ ରହିଥିବା ବେଳେ ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କୁ ଶିକ୍ଷାଦାନ କରୁଛନ୍ତି । ହେଲେ ପ୍ରଧାନ ଶିକ୍ଷକ ପଦବୀ ବହୁ ଦିନରୁ ଖାଲି ପଡ଼ିଛି । ଉକ୍ତ ବିଦ୍ୟାଳୟରେ ରୋଷେଇ ଘର ମିଶି ମୋଟ ୭ ଟି ଶ୍ରେଣୀ ଗୃହ ରହିଛି । ସେଥିମଧ୍ୟରୁ ୪ ଟି ଶ୍ରେଣୀ ଗୃହ ବିପଦ ସଂକୁଳ ଅବସ୍ଥାରେ ରହିଛି । ଯାହା ଫଳରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାତ୍ର ୨ ଟି ଶ୍ରେଣୀ ଗୃହରେ ବସି ପାଠ ପଢିବା ଅତି କଷ୍ଟସାଧ୍ୟ ହୋଇ ପଡୁଥିଲା । ଛାତ୍ରଛାତ୍ରୀ ଙ୍କ ଏଭଳି ଅସୁବିଧାକୁ ପରିଲକ୍ଷିତ କରି ନୂତନ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ଆର୍ଥିକ ରାଶି ମଞ୍ଜୁର କରିବା ପାଇଁ ଜିଲ୍ଲାପାଳଙ୍କୁ ଝାରଗାଁ ଗ୍ରାମବାସୀ ଲିଖିତ ଦାବି କରିଥିଲେ । ଗ୍ରାମବାସୀଙ୍କ ଦାବିକୁ ଗୁରୁତ୍ୱ ସହ ବିଚାର କରି ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ମଞ୍ଜୁର କରିଥିଲେ ଏବଂ ବ୍ଲକ ଜରିଆରେ ନୂତନ ତିନୋଟି ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ଜାରି ରହିଛି । କିନ୍ତୁ ଶ୍ରେଣୀ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନଥିବା ବେଳେ ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଝରୁଛି । ହେଲେ ବହୁତ ପରିତାପର ବିଷୟ ଯେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଥିବା ବେଳେ କେତେ ଟଙ୍କା ବ୍ୟୟ ଅଟକଳରେ ତାହା ନିର୍ମାଣ କରା ଯାଉଛି ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଫଳକ ଲାଗି ନ ଥିବା ଦେଖିବାକୁ ମିଳିଛି । ଉକ୍ତ ଶ୍ରେଣୀ ଗୃହର କାର୍ଯ୍ୟ ଅତି ନିମ୍ନ ମାନର ହେଉଥିବା ଯୋଗୁଁ କାନ୍ଥରେ ମଧ୍ୟ ଫାଟ ସୃଷ୍ଟି ହୋଇଥିବା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରସନ୍ନ ଖମାରୀ, ରାମ କୁମାର ସା, କମଳଧ୍ୱଜ ଖମାରୀ ପ୍ରମୁଖ ସଦସ୍ୟ ପ୍ରକାଶ କରିଛନ୍ତି । ତେଣୁ ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିରପେକ୍ଷ ତଦନ୍ତ କରି ପଦକ୍ଷେପ ନେବାକୁ ଶନିବାର ଗସ୍ତ ସମୟରେ ରାଜସ୍ବ ମନ୍ତ୍ରୀଙ୍କୁ ସାକ୍ଷାତ କରି ଝାରଗାଁ ଗ୍ରାମବାସୀ ଏକ ଲିଖିତ ଦାବିପତ୍ର ଦେଇଛନ୍ତି । ଏ ସମ୍ପର୍କରେ ଲଖନପୁର ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋପାଳ କୃଷ୍ଣ ମିଶ୍ର କହିଛନ୍ତି ଯେ ଏହାର ଉଚିତ ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ