Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେବେ ସୁଧୁରିବ ୪୯ ନଂ ଜାତୀୟ ରାଜପଥ ଦୁରାବସ୍ଥା ମରାମତି ଅଭାବରୁ ରାସ୍ତାର ଅବସ୍ଥା ସାଂଘାତିକ

ଝାରସୁଗୁଡା ୨୪/୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ବାଇପାସ ଠାରୁ ଭାୟା କନକତୋରା ଦେଇ ଛତିଶଗଡ଼କୁ ସଂଯୋଗ କରୁଥିବା ୪୯ ନଂ ଜାତୀୟ ରାଜପଥର ମରାମତି ଅଭାବରୁ ରାସ୍ତାସାରା ଗର୍ତ୍ତ ସୃଷ୍ଟି ହୋଇ ଅବସ୍ଥା ଅତି ସାଂଘାତିକ ହୋଇ ପଡିଛି । ଫଳରେ ରାଜପଥରେ ଯାତାୟାତ କରୁଥିବା ଭାରିଯାନ ଗୁଡିକ ବିକଳ୍ପ ରାସ୍ତାରେ ଯାଉଥିବା ଯୋଗୁଁ ସାଧାରଣ ଲୋକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଅନେକଙ୍କ ଜୀବନ ଦୀପ ଲିଭି ଯାଉଥିବା ବେଳେ ଆଉ କେତେକ ଗୁରୁତର ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତଥାପି ଜାତୀୟ ରାଜପଥ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ସେପରି କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରା ଯାଉନଥିବା ସାଧାରଣ ରେ ଅଭିଯୋଗ ହେଉଛି ।
ମିଳିଥିବା ତଥ୍ୟ ଅନୁଯାୟୀ ଝାରସୁଗୁଡା କନକତୋରା ୪୯ ନଂ ଜାତୀୟ ରାଜପଥରେ ଦେଇ ବିଭିନ୍ନ ଶିଳ୍ପାୟନ ସଂସ୍ଥା ମାନଙ୍କୁ କ୍ଷମତା ଠାରୁ ଅଧିକ କଞ୍ଚା ମାଲ ପରିବହନ କରା ଯାଉଛି । ଯାହା ଫଳରେ ଜାତୀୟ ରାଜପଥର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି । କିନ୍ତୁ ରାଜପଥର ରକ୍ଷଣାବେକ୍ଷଣ ପାଇଁ ବିଭାଗ ପକ୍ଷରୁ ବାର୍ଷିକ ଲକ୍ଷାଧିକ ଟଙ୍କା ମଞ୍ଜୁର କରା ଯାଉଥିବା ସତ୍ବେ ତାହା କୌଣସି କାମରେ ଆସୁନଥିବା ଅଭିଯୋଗ ହେଉଛି । ବିଶେଷ କରି ଲଖନପୁର ବ୍ଲକ ଅନ୍ତର୍ଗତ ସିଂହାରପୁର ଛକରୁ ସୀମାନ୍ତ କନକତୋରା ପର୍ଯ୍ୟନ୍ତ ରାଜରାସ୍ତା ର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି । ଗୋବିନ୍ଦପୁର ଟୋଲଗେଟ ରେ ମଧ୍ୟ ଦୈନନ୍ଦିନ ଲକ୍ଷାଧିକ ଟଙ୍କା ଟୋଲ ଟ୍ୟାକ୍ସ ଆଦାୟ କରା ଯାଉଥିଲେ ମଧ୍ୟ ରାଜପଥ ର ଅବସ୍ଥା ପ୍ରତି ସେପରି କୌଣସି କୌଣସି ପଦକ୍ଷେପ ଗ୍ରହଣ କରା ଯାଉନାହିଁ । ଯାହା ଦ୍ୱାରା ଦୁର୍ଘଟଣା ର ସମ୍ମୁଖୀନ ହୋଇ ଅକାରଣରେ ଅନେକ ହସଖୁସିର ପରିବାର ନିମିଷକ ମାତ୍ରେ ଉଜୁଡି ଯାଉଛି । ଅନ୍ୟ ପକ୍ଷେ କହିବାକୁ ଗଲେ ଏଇ ରାସ୍ତା ଦେଇ ମନ୍ତ୍ରୀ, ବିଧାୟକ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଅଧିକାରୀ ନିୟମିତ ଭାବେ ଯାତାୟାତ କରୁଥିଲେ ମଧ୍ୟ ଏଥିପ୍ରତି ସେମାନଙ୍କ ଦୃଷ୍ଟି ପଡୁନଥିବା ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେଣୁ ଅଞ୍ଚଳବାସୀ ଙ୍କ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ସହ ବିଚାର କରି ଜିଲ୍ଲା ପ୍ରଶାସନ ତଥା ଜାତୀୟ ରାଜପଥ ବିଭାଗ ଉଚିତ ପଦକ୍ଷେପ ଅବଲମ୍ବନ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି ।