Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଜାରେ ବର୍ଷ ର ପରମ୍ପରା ଦେବୀ ଲଙ୍କେଶ୍ଵରୀ ଖଣ୍ଡା ବସା ପର୍ବ ପାଳିତ, ହଜାର ହଜାର ଭକ୍ତଙ୍କ ସମାଗମ ।

କଳାହାଣ୍ଡି:୨୫/୦୯
ରିପୋର୍ଟ-ସନତ କୁମାର ପ୍ରଧାନୀ
ଶାରଦୀୟ ପାର୍ବଣ ଋତୁ ର ଆରମ୍ଭ ହୋଇଛି।ଧରାପୃଷ୍ଠ କୁ ଅବତରଣ କରିଛନ୍ତି ଜଗତ ଜନନୀ ମା।ଏହି ପାର୍ବଣ ରେ ପାଳିତ ହୋଇଛି ମା ଲଙ୍କେଶ୍ବରୀ ଦେବୀ ଙ୍କ ହଜାରେ ବର୍ଷ ର ଭିନ୍ନ ଏକ ପରମ୍ପରା ର ପର୍ବ ପବିତ୍ର ଖଣ୍ଡାବସା l ଢୋଲ, ନିଶାନ, ଦୂଲ୍ ଦୁଲି ସାଙ୍ଗକୁ ନାଚ ଗୀତ ରେ କମ୍ପି ଉଠିଛି ଦେବୀ ଲଙ୍କେଶ୍ଵରୀ ଙ୍କ ପୀଠ ଜୁନାଗଡ଼ l କଳାହାଣ୍ଡି ଜିଲ୍ଲା ରେ ରହିଛି ବିଭିନ୍ନ ଗଡ ଜାତ ଅଞ୍ଚଳ ଓ ଅଷ୍ଟ ମାତୃକା ଶକ୍ତି ପୀଠ l ଏହି ଗଡ ଜାତ ଅଞ୍ଚଳ ଓ ଶକ୍ତି ପୀଠ ମଧ୍ୟରେ ରହିଛି ଜୁନାଗଡ଼ ସହର l ମନ୍ଦିର ମାଳିନୀ ଜୁନାଗଡ଼ ସହର ହେଉଛି ହଜାରେ ବର୍ଷ ର ସହର ତଥା କଳାହାଣ୍ଡି ଜିଲ୍ଲା ର ପୁରାତନ ରାଜଧାନୀ ଆଉ ଏଠୀ କା ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ଲଙ୍କେଶ୍ଵରୀ l ରାଜ ରଜୁଡ଼ା ଅମଳ ରୁ ଦେବୀ ଲଙ୍କେଶ୍ଵରୀ ଙ୍କ ପାଟ ଖଣ୍ଡା ଓ କୁଣ୍ଡୀ ଖଣ୍ଡା କୁ ବର୍ଷ କୁ ଥରେ ମାର୍ଜନା କରିବାକୁ ଖଣ୍ଡା ବସା ବୋଲି କୁହାଯାଏ l ଖଣ୍ଡା ବସା ପୂର୍ବରୁ ଥୁଆମୁଲ ରାମପୂର ମାଣିକେଶ୍ଵରୀ ଙ୍କ ପୀଠ ବାଲି ବା ଝାମୁ ଯାତ୍ରା ହୋଇ ଥାଏ l
କିମ୍ବଦନ୍ତୀ ଅନୁସାରେ ଜୁନାଗଡ଼ ସହର ନାମ ଥିଲା ଜେନା ବଳି ପାଟଣା ଆଉ ଏଠି ଶାସନ କରୁଥିଲେ ନାଗ ବଂଶୀୟ ରାଜା ଓ ତାଙ୍କର ଇଷ୍ଟ ଦେବୀ ହେଉଛନ୍ତି ମା ଲଙ୍କେଶ୍ବରୀ ପରବର୍ତ୍ତୀ ଅବସ୍ଥାରେ ଜୁନାଗଡ଼ ରାଜଧାନି ଉଠି ଭବାନୀପାଟଣା କୁ ଯାଇ ଥିଲା ହେଲେ ଦେବୀ ଏଠୀ ରହିଲେପୁରୁଣା ପରମ୍ପରା କୁ ବଜାୟ ରଖିବା ପାଇଁ ସେହି ଦିନ ଠାରୁ ଚାଲି ଆସୁଛି ଏହି ଖଣ୍ଡା ବସା ପର୍ବ ଏବଂ ଏହି ଖଣ୍ଡା ବସା ର ମୁଖ୍ୟ ପୁରୋଧା ହେଉଛନ୍ତି କଳାହାଣ୍ଡି ମହାରାଜ l ପ୍ରତି ବର୍ଷ ମୂଳାଷ୍ଟମି ଦିନ ମନ୍ଦିର ରୁ ଖଣ୍ଡା ବାହାରି ଜୁନାଗଡ଼ ଡ ଅସ୍ଥାୟୀ ରାଜ ଉଆସ ବା ଡାକ ବଙ୍ଗଳା ରେ ତିଆରି ହୋଇ ଥିବା ପତ୍ର କୁଡିଆ କୁ ଯାଇ ଥାଏ ସେଠାରେ ମାର୍ଜକ ଖଣ୍ଡା କୁ ମାର୍ଜନା ପରେ ପୁଣି ଖଣ୍ଡା ମନ୍ଦିର କୁ ଆସିଥାଏ ପରେ ପୂଜକ ଷୋଡଶଉପ ଚାର ପୂଜା ପରେ କଳାହାଣ୍ଡି ମହାରାଜ ଆସି ଖଣ୍ଡା ବସାଇ ଥାଆନ୍ତି ତା ପରେ ଦେବୀ ଙ୍କ ଠାରେ ପୋଢ଼ ବଳି ହୋଇଥାଏ l ପରେ ଏହି ଦିନ ଠାରୁ କଳାହାଣ୍ଡି ରେ ଅୟମ ଆରମ୍ଭ ହୁଏ ଦଶହରା l ଯେତେ ବେଳେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ କଳାହାଣ୍ଡି ଗସ୍ତ ହୋଇ ଥିଲା ସେହି ସମୟ ରେ ଏହି ମନ୍ଦିର ଦର୍ଶନ କରିଥିଲେ ଓ ବର୍ତ୍ତମାନ ଏବେ ଏହି ନବ କଳେବର ପାଇଁ 2.5କୋଟି ଟଙ୍କା ମଞ୍ଜୁର କରି ଥିବାରୁ ଆଜି ମନ୍ଦିର ନୂଆ ରୂପ ପାଇଛି l
ସେଦିନ ର ଜେନା ବଳି ପାଟଣା ଆଜି ଜୁନାଗଡ଼ ସହର l ରାଜତନ୍ତ୍ର ବଦଳ ରେ ଏବେ ଚାଲିଛି ଲୋକତନ୍ତ୍ର l ବଦଳିଛି ରୂପରେଖ ମା ଲଙ୍କେଶ୍ବରୀ ରାଜ ଦେବୀ ବଦଳ ରେ ସର୍ବ ସାଧାରଣ ଙ୍କ ଦେବୀ ଆଉ ଖଣ୍ଡା ବସା ପର୍ବ ହୋଇଛି ସହର ର ମୁଖ୍ୟ ପର୍ବ l ଏବେ ଏହି ପର୍ବ ଧୁମ ଧାମ ରେ ପାଳନ ହେଉ ଥିବା ବେଳେ ନାଚ ଗୀତ ର ଜମୁଛି ଆସର ଆଉ ସମସ୍ତେ ଭାଇ ଚାରା ନେଇ ଏହି ପର୍ବ ରେ ସାମିଲ ହେଉ ଛନ୍ତି l ଆଉ ଜିଲ୍ଲା ତଥା ଜିଲ୍ଲା ବାହାରୁ ମାଆ ଙ୍କୁ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା।