Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀ ବସଷ୍ଟାଣ୍ଡ ର ରେଲିଂ ଓ ଟାଇଲ ଉପାଡିନେଲେ ଦୁର୍ବୁର୍ତ୍ତ।

କଳାହାଣ୍ଡି:୨୫/୦୯
ପୂର୍ବତନ ବିଜେଡି ରାଜ୍ୟ ସରକାର ଗ୍ରାମାଞ୍ଚଳ ରୁ ବ୍ଲକ ସଦର ମହକୁମା କୁ ସିଧାସଳଖ ସଂଯୋଗ ପାଇଁ ଆରମ୍ଭ କରିଥିଲେ ଲକ୍ଷ୍ମୀ ବସ ଯୋଜନା। ଏହି ଯୋଜନା ର ସୁଫଳ ମଧ୍ୟ ଲୋକେ ପାଉଛନ୍ତି।ମାତ୍ର ୫ ଟଙ୍କା ଭଡା ଦେଇ ଗ୍ରାମାଞ୍ଚଳର ଦୁର୍ଗମ ଅଞ୍ଚଳ ହେଉ ଅବା ମଫସଲ ରୁ ବିଭିନ୍ନ କାର୍ଯ୍ୟ ନେଇ ଜନ ସାଧାରଣ ମାନେ ସରକାରୀ ବେସରକାରୀ କାର୍ଯ୍ୟାଳୟ ସମେତ ଛାତ୍ରଛାତ୍ରୀ ମାନେ ସ୍କୁଲ କଲେଜ ଶିକ୍ଷାନୁଷ୍ଠାନ କୁ ଆସିବାରେ ସହାୟକ ହୋଇଛି ଏହି ଲକ୍ଷ୍ମୀ ବସ ଯୋଜନା। ଏହି ଯୋଜନାରେ ବସ ଷ୍ଟାଣ୍ଡ ରେ ଲୋକଙ୍କ ରହଣି ପାଇଁ ପ୍ରତି ପଞ୍ଚାୟତ ରେ ବସଷ୍ଟାଣ୍ଡ ନିର୍ମାଣ ଜିଲ୍ଲା ପରିଷଦ ଅନୁଦାନ ରେ ୫ ଲକ୍ଷ ୨୨ ହଜାର ବ୍ୟୟ ବରାଦ କରାଯାଇଥିଲା। ତେବେ ବ୍ଲକ ର ଜାତୀୟ ରାଜପଥ ୨୬ କଡ଼ ରେ ଗମ୍ଭାରୀଗୁଡା ପଞ୍ଚାୟତ ଅଲାଗୁଡା ଛକ ନିକଟରେ ନିର୍ମାଣ ହୋଇଥିବା ବସଷ୍ଟାଣ୍ଡ ରେ ଲାଗିଥିବା ରେଲିଂ ଓ ଟାଇଲ କୁ ବସଷ୍ଟାଣ୍ଡ ନିର୍ମାଣ ର କିଛିଦିନ ପରେ ଦୁର୍ବୁର୍ତ୍ତ ମାନେ ଉପାଡି ନେଇଛନ୍ତି। ଫଳରେ ଏହି ବସଷ୍ଟାଣ୍ଡ ଟି ଏବେ ଶ୍ରୀହୀନ ପାଲଟିଛି। ଏନେଇ କୋକସରା ବ୍ଲକ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କିର୍ତ୍ତିଚନ୍ଦ୍ର ବେହେରା ଙ୍କ ପ୍ରତିକ୍ରିୟା ନେବାରୁ ବସ ଷ୍ଟାଣ୍ଡ ଟି ଜନ ସାଧାରଣ ଙ୍କ ପାଇଁ ନିର୍ମାଣ କରାଯାଇଥିଲା,ତେବେ କିଛି ଦୁର୍ବୁତ୍ତ ମାନେ ରେଲିଂ ଓ ଟାଇଲ କୁ ଚୋରି କରି ନେଇଛନ୍ତି । ଏନେଇ ବିଭାଗ ପକ୍ଷରୁ ପୋଲିସ ରେ କୌଣସି ଅଭିଯୋଗ ହୋଇନଥିବା କହିଛନ୍ତି।