Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ରେ ଜାତୀୟ ସେବା ଦିବସ ପାଳିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଦିବସ ପାଳନ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ନଳିନୀ ପ୍ରଭା ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଇଂରାଜୀ ଅଧ୍ୟାପକ ମଧୁ ସୁଦନ ପୁଝାରୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ପ୍ରୋଗ୍ରାମ ଅଫିସର ଅନୁପମା ମିଶ୍ର କାର୍ଯକ୍ରମକୁ ପରିଚାଳନା କରିଥିବା ବେଳେ ପୂର୍ବତନ ପ୍ରୋଗ୍ରାମ ଅଫିସର ସରସ୍ଵତୀ ଦାସ ଓ ସ୍ନିଗ୍ଧା ଦାସ ବ୍ୟକ୍ତିତ୍ଵର ବିକାଶ ଓ ଗୋଷ୍ଠି ସେବାରେ ନିୟୋଜିତ ହେବାକୁ ଓ ସେବାରେ ସକ୍ରିୟ ରହିବାକୁ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅର୍ଥନୀତି ଅଧ୍ୟାପିକା ନିଳୀମା ଗୁରୁ ଓ ଅନ୍ୟାନ୍ୟ ଟିଚିଂ ନନ୍ ଟିଚିଂ କର୍ମଚାରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ