Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶାର ମଞ୍ଜିତ ମିଶ୍ର ହେବେ NIFAର ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡ଼ିଶାର ମୂଳ ବାସନ୍ଦା ମଞ୍ଜିତ ମିଶ୍ରଙ୍କୁ (NIFA) ର ନୂତନ ନିର୍ଦ୍ଦେଶକ ଭାବେ ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ ଡ. ମିଶ୍ର ୮ ମେ ୨୦୨୩ରେ ତାଙ୍କ ନୂଆ କାର୍ଯ୍ୟ ଆରମ୍ଭ କରିବେ।

USDA ରେ ଯୋଗଦେବା ପୂର୍ବରୁ ଡ. ମିଶ୍ର Iowa ଷ୍ଟେଟ ୟୁନିଭରସିଟିରେ କୃଷି ଏବଂ ବାୟୋ ସିଷ୍ଟମ ଇଞ୍ଜିନିୟରିଂର ପ୍ରଫେସର ଭାବରେ କାର୍ଯ୍ୟ କରୁଥିଲେ। ୩୦ ବର୍ଷରୁ ଅଧିକ ସମୟ ଧରି ସେ ବିଶ୍ୱବିଦ୍ୟାଳୟର ସିଡ୍‌ ସାଇନ୍ସ ସେଣ୍ଟରର ନିର୍ଦ୍ଦେଶକ ଥିଲେ।

ଡ. ମିଶ୍ର ଓଡ଼ିଶାର ଭୁବନେଶ୍ୱରରୁ OUAT ରୁ କୃଷି ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେ ମିସୋରୀ-କଲମ୍ବିଆ ବିଶ୍ୱବିଦ୍ୟାଳୟରେ କୃଷି ଇଞ୍ଜିନିୟରିଂରେ ମାଷ୍ଟର ଅଫ୍ ସାଇନ୍ସ ଏବଂ ଡକ୍ଟର ଅଫ୍ ଫିଲୋସୋଫି ହାସଲ କରିଛନ୍ତି। ସିଡ୍‌ ସାଇନ୍ସ ସେଣ୍ଟରର ନିର୍ଦ୍ଦେଶକ ଭାବରେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଅଧ୍ୟାପକ ଏବଂ କର୍ମଚାରୀମାନେ ଆଫ୍ରିକାର ୩୪ ଟି ଦେଶ ସମେତ 79 ଟି ଦେଶରେ ସିଡ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ