Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘଣ୍ଟେଶ୍ୱରୀ ପୀଠରେ “ବିଶ୍ୱ ପର୍ଯ୍ୟଟନ ଦିବସ “ସହ “ସ୍ୱଚ୍ଛତା ହିଁ ସେବା “କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିପିଲିମା, ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସ୍ୱତନ୍ତ୍ର ପର୍ଯ୍ୟଟନ ପୀଠ ଭାବରେ ପରିଚିତ ଚିପିଲିମା (ବଗବିରା )ସ୍ଥିତ ଘଣ୍ଟେଶ୍ୱରୀ ପୀଠରେ ଏକ “ସ୍ୱଛତା ହିଁ ସେବା “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସମ୍ବଲପୁର ଧନକୌଡା ବ୍ଲକ କରଡୋଳା ପଞ୍ଚାୟତ ସରପଞ୍ଚ ଗୋରେଖ ରାଉତଙ୍କ ନେତୃତ୍ୱରେ ତଥା ବିଡ଼ିଓ ଜୟନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ସଫେଇ କାର୍ଯ୍ୟକ୍ରମରେ ଡବ୍ଲୁଇଓ ଅମୁଲ୍ୟ କୁମାର ଭୋଇ, ଆସିଷ୍ଟାଣ୍ଟ ଇଞ୍ଜିନିଅର ବିଜୟଲକ୍ଷ୍ମୀ ହେମ୍ବ୍ରମ,
ଇଂ ଅର୍ଶୀତା ଟପନୋ,ବିଆରସି ଶଙ୍କର ବାରିକ, ପିଇଓ ଆରତୀ ସାହୁ, ସାମାଜିକ କର୍ମୀ ଅନିଲ ସାମଲ, ସମେତ ଅଞ୍ଚଳର ସମସ୍ତ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ବିଭିନ୍ନ ଏସଏଚଜି ମହିଳା ସମେତ ବିଭିନ୍ନ ମହିଳା ପୁରୁଷ ସାମାଜିକ କର୍ମୀ ଯୋଗଦାନ କରିଥିଲେ l ଏପରି ଏକ ସଫେଇ କାର୍ଯ୍ୟକ୍ରମକୁ ସଚେତନ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଥିବାବେଳେ, ଏପରି କାର୍ଯ୍ୟକ୍ରମକୁକେବଳ ଘଣ୍ଟେଶ୍ୱରୀ ପୀଠ, ମନ୍ଦିରମାନଙ୍କରେ ସୀମିତ ନରଖି ଗାଁଗାଁରେ କରାଯିବା ଦିଗରେ ବିଡ଼ିଓ, ସରପଞ୍ଚ ବିହିତ ପଦକ୍ଷେପ ନେବାକୁ ସଚେତନ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ