Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଉଣ୍ଟ ଆବୁ ଠାରେ ଜାତୀୟ ସାମ୍ବାଦିକ ସମ୍ମିଳନୀ ଆରଂଭ ।

ଅସ୍ତରଙ୍ଗ,,,ରାଜସ୍ଥାନ ର ମାଉଣ୍ଟଆବୁ ଠାରେ ପ୍ରଜାପିତା ବ୍ରହ୍ମକୁମାରି ଇସ୍ୱରୀୟ ବିଶ୍ଵବିଦ୍ୟାଳୟ ତରଫରୁ ଆନନ୍ଦ ସରୋବ ରାହ ଅଡ଼ିଟରୀୟମ ଠାରେ ଜାତୀୟ ଗଣ ମାଧ୍ୟମ ସମ୍ମିଳନୀ ୨୦୨୪ ଗତ ୨୬ ତାରିଖ ଠାରୁ ଆରମ୍ଭ ହୋଇ ଅଛି । ଗୁରୁବାର ସନ୍ଧ୍ୟା ରେ ଜାତୀୟ ସାମ୍ବାଦିକ ସମ୍ମିଳନୀରେ ସ୍ବାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ,ଶୁକ୍ରବାର ଦିନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଡକ୍ଟର ଏମ୍ ମୁରଗନ ସ୍ଵାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଏହି ବିଶାଳ ଗଣମାଧ୍ୟମ ସମ୍ମିଳନୀକୁ ପ୍ରଦୀପ ପ୍ରଜ୍ଜୋଳନ କରି ଉଦ୍ଘାଟନ କରିଥିଲେ । ଭଉଣି ଡି କେ ଚନ୍ଦ୍ର କଳା ,ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରି ଥିବା ବେଳେ ଅତିଥି ଭାବେ ଭଉଣୀ ଡି କେ ସିଲୁ,ବି କେ ସରଳା,ଭାଇ ବିଷ୍ଣୁ ପ୍ରକାଶ ତ୍ରିପାଠୀ ପ୍ରମୁଖ ଯୋଗ ଦାନ କରିଥିଲେ ।,ଅନୁଷ୍ଠାନର ମିଡ଼ିଆ କୋ ଡିନେଟର,ତଥା ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଞ୍ଚଳର ପୁଅ ଡକ୍ଟର ବିକେ ଶାନ୍ତନୁ ସ୍ବାଗତ ଭାଷଣ ଦେଇଥିଲେ। ପ୍ରଫେସର ଡକ୍ଟର ମାନସିଂହ ପରମାର ମୁଖ୍ୟ ବକ୍ତା ଭାବେ ଯୋଗଦେଇ,ସମାଜରେ ଗଣମାଧ୍ୟମ ର ଭୂମିକା କଣ ସେ ବିଷୟ ରେ ଆଲୋକ ପାତ କରିଥିଲେ । ବ୍ରହ୍ମ କୁମାରୀ ଅନୁଷ୍ଠାନ ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡକ୍ଟର ଦାଦି ରତନ ମୋହିନୀ, ଯୋଗଦାନ କରି ସମସ୍ତଙ୍କୁ ଆଶ୍ରିବାଦ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ମୁରଗାନ , ସୁଖି ସମାଜ ଗଠନ ଦିଗରେ ଗଣ ମାଧ୍ୟମ ର ଭୂମିକା ବିଷୟ ନେଇ ଆଲୋଚନା କରିବା ସହ ଆଧ୍ୟାତ୍ମିକ ମାଧ୍ୟମରେ ସମାଜର ସୁଖ ,ସ୍ୱାସ୍ଥ ସମାଜ ଗଠନ ହୋଇ ପାରିବ ଓ ଅଶ୍ଳୀଳ ମୁକ୍ତ ଭାରତ ସହ ବିକଶିତ ଭାରତ ଗଠନରେ ଗଣ ମାଧ୍ୟମ ମାନେ କାର୍ଯ୍ୟ କରି, ଶାକାରତ୍ମ୍ମକ ଖବର ପ୍ରକାଶ ପାଇଁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ କୁ ପରାମର୍ଶ ଦେଇଥିଲେ। ଏହି ସମ୍ମିଳନୀ ୬ ଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ,ଭାରତ ଓ ନେପାଳ ଦେଶର ୧୦୦୦ ପ୍ରତିନିଧି ଯୋଗ ଦାନ କରିଛନ୍ତି ଓ କଳିଙ୍ଗ ପେଶାଦାର ସାମ୍ବାଦିକ ସଂଘ ଓଡ଼ିଶା ର ସମ୍ପାଦକ ରାଜକିଶୋର ସ୍ବାଇଁ,ବରିଷ୍ଟ ସାମ୍ବାଦିକ ଦୁଃଶାସନ ନାୟକ,ସାମ୍ବାଦିକ ଆରତ ମହାନ୍ତି,ଜୟସେନ ପରିଡ଼ା,ପ୍ରଭାକର ଶିରୋମଣି,ଙ୍କ ସମେତ ୪୦ ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦାନ କରିଛନ୍ତି । ଏହି ସବୁ କାର୍ଯ୍ୟକ୍ରମ କୁ ତଦାରଖ ସହ ସାହାଯ୍ୟ ସହଯୋଗ ର ହାତ ବଢ଼ାଇ ଛନ୍ତି ସେହି ପୁରୀ ଜିଲ୍ଲା କାକଟପୁର ମାଟିର ଅନ୍ୟତମ ସନ୍ତାନ, ବି କେ,ସୁରେନ୍ଦ୍ର ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ