Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାନହାନୀ କେସରେ ରାହୁଲଙ୍କ ପରେ ବଢିଲା ଦିଗବିଜୟ ସିଂଙ୍କ ମୁସ୍କିଲ

ଭୋପାଳ: ରାହୁଲ ଗାନ୍ଧୀଙ୍କ ପରେ ମାନହାନୀ କେସରେ ମୁସ୍କିଲରେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ। ଭୋପାଳର ଏକ ସ୍ଵତନ୍ତ୍ର ଅଦାଲତ କଂଗ୍ରେସର ରାଜ୍ୟସଭା ସଦସ୍ୟ ଦିଗବିଜୟ ସିଂଙ୍କ ବିରୋଧରେ ଆଇପିସିର ଧାରା ୫୦୦ ଆଧାରରେ ଅଭିଯୋଗ ନିର୍ଦ୍ଧାରଣ କରିଛନ୍ତି। ଦିଗବିଜୟ ସିଂଙ୍କ ବିରୋଧରେ ମାନହାନୀ କେସ ବିଜେପି ନେତା ରୁଜୁ କରିଛନ୍ତି। ଦିଗବିଜୟ ତାଙ୍କ ବିରୋଧରେ ବ୍ୟାପନ ଘୋଟାଲାରେ ସଂପୃକ୍ତି ଥିବାର ମିଥ୍ୟା ଅଭିଯୋଗ କରିଥିବା ବିଜେପି ନେତା କହିଛନ୍ତି।

ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ମାମଲାର ଶୁଣାଣି କରୁଥିବା ନ୍ୟାୟିକ ମାଜିଷ୍ଟ୍ରେଟ୍ ପ୍ରଥମ ଶ୍ରେଣୀ ବିଧାନ ମାହେଶ୍ଵରୀଙ୍କ ଅଦାଲତ ବୁଧବାର ଦିଗବିଜୟ ସିଂଙ୍କ ବିରୋଧରେ ଅଭିଯୋଗ ନିର୍ଦ୍ଧାରଣ କରିଛନ୍ତି ଏବଂ ମାମଲାର ଶୁଣାଣି ଜୁଲାଇ ୧ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଭାରତୀୟ ଦଣ୍ଡ ସଂହିତାର ଧାରା ୫୦୦ରେ ୨ ବର୍ଷର ଜେଲ୍ ଦଣ୍ଡ ଏବଂ ଜରିମାନା କିମ୍ବା ଉଭୟ ସଜା ମିଳିପାରେ। ଯଦି ଦିଗବିଜୟ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ରାହୁଲଙ୍କ ପରି ତାଙ୍କୁ ମଧ୍ୟ ସମଦଶା ଭୋଗିବାକୁ ପଡିପାରେ।

ସୂଚନାଯୋଗ୍ୟ, ନିକଟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଏକ ଅପରାଧିକ ମାନହାନୀ କେସରେ ୨ ବର୍ଷର ଜେଲ୍ ଦଣ୍ଡ ଶୁଣାଇଛନ୍ତି ସୁରଟ କୋର୍ଟ। ଲୋକ ପ୍ରତିନିଧି ନିୟମ ଅନୁସାରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଛି। ଏପରିକି ତାଙ୍କୁ ସରକାରୀ ବଙ୍ଗଳା ଛାଡିବାକୁ ପଡିଛି। ଆଶ୍ଵସ୍ତି ପାଇଁ ରାହୁଲ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ମୋଦୀ ସାଙ୍ଗିଆ ଉପରେ ଦେଇଥିବା ବିବାଦୀୟ ଟିପ୍ପଣୀ ଉପରେ ବିଜେପି ନେତା ପୂର୍ଣ୍ଣେଶ ମୋଦୀ ରାହୁଲଙ୍କ ବିରୋଧରେ ଏତଲା ଦେଇଥିଲେ।

More Stories