Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଢୁଛି ସମ୍ପତ୍ତି; ୨୫ରୁ ୨୧ରେ ପହଞ୍ଚିଲେ ଆଦାନୀ

ମୁମ୍ବାଇ: ଧୀରେ ଧୀରେ ସ୍ବାଭାବିକ ସ୍ଥିତିକୁ ଫେରୁଛି ଚଳିତବର୍ଷ ସବୁଠାରୁ ବଡ କ୍ଷତି ସହିଥିବା ଗୌତମ ଅଦାନୀଙ୍କର ଅଦାନୀ ଗ୍ରୁପ। ଧନୀ ତାଲିକାରେ ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚାଲିଛନ୍ତି ଗୌତମ ଅଦାନୀ। ଏବେ ପୁଣି ଶେୟାର ବଜାରରେ ଉପରକୁ ଉଠୁଛି ଆଦାନୀ ଗ୍ରୁପ୍‌। ।

ଗତ କିଛି ଦିନ ହେବ ଗୌତମ ଅଦାନୀ ତାଲିକାର ୨୫ ନମ୍ବରରେ ଥିଲେ । ଏବେ ୪ ପାଦ ଆଗକୁ ବଢିଛନ୍ତି। ଗତ ୪୮ ଘଣ୍ଟା ମଧ୍ୟରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୧.୭୩ ଅରବ ଡଲାର ସମ୍ପତ୍ତି ବୃଦ୍ଧି  ହୋଇଛି । ଖାଲି ଅଦାନୀ ନୁହେଁ, ଅମ୍ବାନୀଙ୍କ ସମ୍ପତ୍ତିର ଆନୁମାନିକ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ରିପୋର୍ଟ ଅନୁଯାୟୀ ଗୌତମ ଅଦାନୀଙ୍କ ନେଟୱର୍ଥ ବୃଦ୍ଧି ପାଇ ୫୯.୭ ଅରବ ଡଲାରରେ ପହଞ୍ଚିଛି । ତାଙ୍କ ସମ୍ପତ୍ତିରେ ୧୪, ୧୪୨ କୋଟି ଟଙ୍କାର ବୃଦ୍ଧି ଘଟିଛି । ଏହି ବୃଦ୍ଧି ସହ ଅଦାନୀ ଏବେ ବିଶ୍ୱ ଧନୀ ତାଲିକାରେ ୨୧ ସ୍ଥାନକୁ ଉଠିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories