Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇଆଇଏମ ସମ୍ବଲପୁରରେ ଆଇଡ଼ିଇ ବୁଟକ୍ୟାମ୍ପରେ ୭୦ ଷ୍ଟାର୍ଟଅପ ପ୍ରଦର୍ଶିତ, ସାରା ଭାରତରେ ନବସୃଜନଙ୍କୁ ପ୍ରୋତ୍ସାହାନ

ଚିପିଲିମା,ଅନ୍ୟତମ ପ୍ରମୁଖ ମ୍ୟାନେଜମେଣ୍ଟ ଅନୁଷ୍ଠାନ ବସନ୍ତପୁର ସ୍ଥିତ ସମ୍ବଲପୁର ଆଇଆଇଏମ କ୍ୟାମ୍ପସ ଅନୁଷ୍ଠିତ ଇନୋଭେସନ ଡିଜାଇନ ଆଣ୍ଡ ଆଇଡ଼ିଇ ବୁଟକ୍ୟାମ୍ପର ଦ୍ଵିତୀୟ ସଂସ୍କରଣର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ଶେଷ ହୋଇଯାଇଛି l ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିକଳ୍ପିତ ଏହି ପଦକ୍ଷେପ ଶିକ୍ଷା ମନ୍ତ୍ରଣାଳୟ, ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ )ଏବଂ ଶିକ୍ଷା ମନ୍ତ୍ରଣାଳୟର ଇନୋଭେସନ ସେଲ (ଏମଆଇସି )ର ମିଳିତ ଉଦ୍ୟମରେ ୱାଧୱାନୀ ଫାଉଣ୍ଡେସନ ସହ ସହଯୋଗୀତାରେ କାର୍ଯ୍ୟକାରୀ ହେଉଛି l ଏଥିରେ ଓଡିଶା, ପଶ୍ଚିମବଙ୍ଗ, ଦିଲ୍ଲୀ, ଜାମ୍ବୁ ଓ କାଶ୍ମୀର ଏବଂ ଛତିଶଗଡ ସମେତ ବିଭିନ୍ନ ଅଞ୍ଚଳରୁ ୧୬୦ ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ସେପ୍ଟେମ୍ବର ୨୩ ରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ପାଞ୍ଚଦିନିଆ କାର୍ଯ୍ୟକ୍ରମକୁ ନବସୃଜନ, ଡିଜାଇନ ଏବଂ ଉଦ୍ୟୋଗୀ ପାଇଁ ଆବଶ୍ୟକ ଦକ୍ଷତା ପ୍ରଦାନ କରିବା ଲକ୍ଷ୍ୟ ରଖି ଆୟୋଜନ କରାଯାଇଥିଲା l ଆୟୋଜିତ କାର୍ଯ୍ୟକ୍ରମରେ ନବସୃଜନକାରୀ ଏବଂ ଷ୍ଟାର୍ଟଅପ ଉପରେ ଆଲୋକପାତ କରୁଥିବା ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିବାବେଳେ, ୫୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ ପ୍ରଦର୍ଶିତ ହୋଇଥିଲା l ପ୍ରଦର୍ଶନୀକୁ ଏମସିଏଲ ସିଏମଡି ଉଦୟ କାୱେଲେ,ଆଇବିଏମର ଏସୋସିଏଟ ପାର୍ଟନର ଆଦିତ୍ୟ ଘୋଷ ଓ ବିଶିଷ୍ଟ ବ୍ୟବସାୟୀ ତଥା ଉଦ୍ୟୋଗୀ ଡ଼ଃ ଅନୁରାଗ ବାତ୍ରା ଉଦଘାଟନ କରିଥିଲେ l ଏହି ପ୍ରଦର୍ଶନୀରେ ସ୍ୱାସ୍ଥ୍ୟ, ଆତିଥ୍ୟ, ଆର୍ଟିଫିସିଆଲ, ଇଣ୍ଟେଲିଜେନ୍ସ, ସ୍ମାର୍ଟ ହୋମ ସିଷ୍ଟମ, ମହିଳା ସେବା ସମେତ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ସମାଧାନ ପ୍ରଦାନ କରାଯାଇଥିଲା l ବିଭିନ୍ନ ଦେଶର ବିଭିନ୍ନ ସ୍ଥାନରୁ ଷ୍ଟାର୍ଟଅପ ଅଂଶଗ୍ରହଣ କରିଥିଲେ l ଉତ୍ପାଦ, ଡିଜାଇନ,ଏଗ୍ରୋନୋମିକ୍ସ, ଡିଜାଇନ ଥିଁକିଙ୍ଗ,ପିଟିଙ୍ଗ କୌଶଳରେ ଜାତୀୟ ଓ ଅନ୍ତର୍ଜାତୀୟ ବିଶେଷଜ୍ଞମାନେ ଅଂଶଗ୍ରହଣକାରୀଙ୍କ ପାଇଁ ଗଭୀର ପ୍ରଶିକ୍ଷଣର ଆୟୋଜନ କରାଯାଇଥିଲା l ଏତଦ ବ୍ୟତୀତ ଷ୍ଟାର୍ଟଅପ ପ୍ରତିଷ୍ଠାତା ଏବଂ ବ୍ୟବସାୟୀମାନେ ପ୍ରେରଣାଦାୟକ ଅଭିଭାଷଣ ପ୍ରଦାନକରିଥିଲେ ଏବଂ ସେମାନଙ୍କର ବ୍ୟବସାୟିକ ଅଭିଜ୍ଞତା ଓ ବୁଝାମଣା କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ୧୫ରୁ ଉର୍ଦ୍ଧ୍ଵ ଅଧ୍ୟାପକ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ଜେଏସଏସ ଗ୍ରୁପର ସିଇଓ ସମସେର ସିଂ ହୁରା ଏବଂ ନେକ୍ସ ପାୱାରର ସହ ପ୍ରତିଷ୍ଠାତା ତଥା ସିଇଓ ନିଶିକା ବଳିଆର ସିଂ ଉପସ୍ଥିତ ଥିଲେ l ଏହି ଅବସରରେ ଏଆଇସିଟିଇ ଓ ୱାଧୱାନୀ ଫାଉଣ୍ଡେସନ ମାଷ୍ଟର ଟ୍ରେନରଙ୍କ ପ୍ରତିନିଧିମାନେ ମଧ୍ୟ୍ୟ ଉପସ୍ଥିତ ଥିଲେ lପ୍ରକାଶ ଥାଉକି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଧେଶକ ପ୍ରଫେସର ମହାଦେବ ଜୟସ୍ୱାଲ କହିଥିଲେ ଯେ, ଆଇଆଇଏମ ସମ୍ବଲପୁରରେ ଉଦ୍ଭାବନ ଓ ଉଦ୍ୟୋଗର ସଂସ୍କୃତି ସୃଷ୍ଟି କରିବାରେ ଆଇଡିଇ ବୁଟ୍ କ୍ୟାମ୍ପର ଏହି ପର୍ଯ୍ୟାୟର ସଫଳ ସମାପନ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା।