Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବସନ୍ତପୁର ପୋଲିସ ଟ୍ରେନିଂ ସେଣ୍ଟର(ବିଟିଆଇ )ରେ ପ୍ରଥମବ୍ୟାଚ ପାସଆଉଟ ପେରେଡ ଅନୁଷ୍ଠିତ

ଚିପିଲିମା, ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବସନ୍ତପୁର ସ୍ଥିତ ପ୍ରାଥମିକ ପ୍ରଶିକ୍ଷଣ ଅନୁଷ୍ଠାନ ବୁର୍ଲା ପରିସରରେ ପ୍ରଶିକ୍ଷଣ ଅନୁଷ୍ଠାନର କମାନଣ୍ଡାଣ୍ଟ ଲକ୍ଷ୍ମଣ ସିଂଙ୍କ ଅଧ୍ୟକ୍ଷତାରେ ସିଭିଲ କନେଷ୍ଟବଲ ମାନଙ୍କ ପ୍ରଥମ ବ୍ୟାଚ୍ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବସନ୍ତପୁର ସ୍ଥିତ ସିଆରପିଏଫ ଗ୍ରୁପ କେନ୍ଦ୍ର ସମ୍ବଲପୁରର ଉପ ମହାନିରିକ୍ଷକ ସଞ୍ଜୟ କୁମାର ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ l ମୁଖ୍ୟ ଅତିଥି ବିଭିନ୍ନ ବିଭାଗରେ କୃତିତ୍ବ ଲାଭ କରିଥିବା ପ୍ରଶିକ୍ଷlର୍ଥି ମାନଙ୍କୁ ପୁରସ୍କୃତ କରିଥିଲେ l ଶ୍ରୀ ସିଂ ନିଜ ଅଭିଭାଷଣରେ ଶିକ୍ଷ୍ୟାର୍ଥିମାନଙ୍କୁ ଦେଶ ଓ ମାତୃଭୂମିର ସେବାରେ ନିଜର ଜୀବନକୁ ଉତ୍ସର୍ଗ କରି ପୋଲିସର ମାନ ବର୍ଦ୍ଧନ କରିବା ସହିତ ଶୃଙ୍ଖଳିତ ,ଅନୁଶାସନ ଓ ଅଖଣ୍ଡତା ବଜାୟ ରଖି ତମେ ନିଜକୁ ଗର୍ବିତ କରିବା ପାଇଁ କହିଥିଲେ ଓ ସମସ୍ତ ଶିକ୍ଷାର୍ଥୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ l ଏହି ସମାରୋହ ଅବସରରେ ଶିକ୍ଷ୍ୟାର୍ଥି ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ lଏହି ଅବସରରେ ଓଡ଼ିଶା ପୋଲିସ, କମାନଡେଣ୍ଟ ଦେବଗଡ଼ ଶ୍ରୀପ୍ରସାଦ ତମାଙ୍ଗ , ଝାରସୁଗୁଡ଼ା କମାନଣ୍ଡାଣ୍ଟ ଭବାନୀ ସେଠି ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗଦାନ କରିଥିଲେ l lଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଟ୍ରେନିଂ କୋଅର୍ଡିନେଟର ତଥା ଆସିଷ୍ଟାଣ୍ଟ କମାନଣ୍ଡାଣ୍ଟ ସୁବାସ ଚନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୩୯୪ଜଣ ଶିକ୍ଷ୍ୟାର୍ଥି ପ୍ରାଥମିକ ପ୍ରଶିକ୍ଷଣ ଅନୁଷ୍ଠାନ ବୁର୍ଲାରୁ ପ୍ରଶିକ୍ଷଣ ତାଲିମ ପ୍ରଦାନ କରାଯାଇଥିଲା l ଏହି ପ୍ରଶିକ୍ଷଣ ୧୯/୬/୨୦୨୪ ରୁ ଆରମ୍ଭ ହୋଇ ୧/ ୧୦/୨୦୨୪ ରେ ଶେଷ ହୋଇଥିଲା l ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୬୦ ଜଣ ସ୍ଵତନ୍ତ୍ର ତାଲିମ ପ୍ରାପ୍ତ ପ୍ରଶିକ୍ଷକ ନିୟୋଜିତ ହୋଇ ତାଲିମ ପ୍ରଦାନ କରିଥିଲେ l ଶୀକ୍ଷ୍ୟାର୍ଥି ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଅନୁଷ୍ଠାନ ର ସମସ୍ତ ପଦାଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l ଶେଷରେ ଡେପୁଟି କମାଣ୍ଡାଣ୍ଟ ଦିଲ୍ଲୀପ କୁମାର ସାହୁ ଧନ୍ୟବାଦ୍ ପ୍ରଦାନ କରିଥିଲେ l