Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ବୈଦ୍ୟୁତିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର “ଚୀରିଓ-୨୦୨୩” ବିଦାୟୀ ଉତ୍ସବ ଆୟୋଜିତ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ବୈଦ୍ୟୁତିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସ୍ନାତକୋତ୍ତର ବିଭାଗର ବିଦାୟୀ କାଳୀନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭାଗୀୟ ମୁଖ୍ୟ ଡ଼ଃ ଧୃବ ଚରଣ ପଣ୍ଡା ସଭାପତିତ୍ବ କରିବା ସହ ପ୍ରଦୀପ ପ୍ରଜ୍ଜଳନ କରି ବିଦାୟୀ ପିଜି ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେବା ସହ ଭବିଷ୍ୟତ ଗଠନ ପାଇଁ ମାର୍ଗଦର୍ଶନ ଦେଇ ବୟସର ମଧ୍ୟାହ୍ନ ୨୫ ବର୍ଷ ଭିତରେ ନିଜକୁ ରୋଜଗାର କ୍ଷମ ହେବାକୁ ପରାମର୍ଶ ଦେଇଥିଲେ । ଏଥି ସହ ଲ୍ୟାବ ଡେମନଷ୍ଟ୍ରେଟର ଡ଼ଃ ଗୌରୀ ଶଙ୍କର ମହାରଣା ବିଭାଗର ପୁରୁଣା କଥା ଇତିହାସ କିଛି ଜଣାଇଥିଲେ । ନିଜର ଇଚ୍ଛା ଥିବା ପସନ୍ଦର ବିଷୟକୁ ନେଇ ଆଗେଇ ଯିବା ପାଇଁ କହିଥିଲେ । ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ ନାରାୟଣ ସାହୁ କହିଥିଲେ ଯେ, ବିଶ୍ବବିଦ୍ୟାଳୟ ହେଉଛି ଗୋଟିଏ ଘର ଆଉ ପ୍ରତିଟି ବିଭାଗ ଗୋଟିଏ ଗୋଟିଏ ପରିବାର। ଯାହାକି ସମ୍ପୂର୍ଣ୍ଣ ତମ ମାନଙ୍କର ତେଣୁ ତା’ର ସହିତ ସମ୍ପର୍କ ସର୍ବଦା ଅତୁଟ ରଖ। ଲ୍ୟାବ ଡେମନଷ୍ଟ୍ରେଟର ଡ଼ଃ ସୁଦାମ ପଣ୍ଡା ଉଭୟ ଶିକ୍ଷକ ଓ ଛାତ୍ର ପରସ୍ପର ପ୍ରତି ଅନୁରାଗ ଓ ପରିପୂରକ ହେଲେ ସମାଜ ଆଗକୁ ବଢ଼ିବ ବୋଲି କହିଥିଲେ । ଏଥିରେ ଆଭାସି ମାଧ୍ୟମରେ ଯୋଡ଼ି ହୋଇ ପ୍ରଫେସର ରବୀନ୍ଦ୍ର କିଶୋର ମିଶ୍ର କାର୍ଯ୍ୟକ୍ରମକୁ ସାଧୁବାଦ୍ ଜଣାଇ ଶିକ୍ଷାର୍ଥୀ ମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ବିଶ୍ବବିଦ୍ୟାଳୟର ଗର୍ବ ଯୁବ ନେତୃତ୍ବ ଓ ବ୍ୟକ୍ତିତ୍ଵ ବିକାଶ ପାଇଁ ବିଦାୟୀ ଛାତ୍ର ଏନ୍.ନୀଳମାଧବ ପାତ୍ର ଙ୍କୁ ଢେର୍ ପ୍ରଶଂସା କରିଥିଲେ। ଆସିଷ୍ଟାଣ୍ଟ ପ୍ରଫେସର ଦୀପକ କୁମାର ନାୟକ, ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ ରଶ୍ମିତା କୁମାରୀ ପାଣିଗ୍ରାହୀ ଆଦି ଉପସ୍ଥିତ ଥିଲେ । ବିଦାୟୀ ବିଦ୍ୟାର୍ଥୀ ମାନେ ଏଠାରେ ବିତାଇଥିବା ସେମାନଙ୍କ ସମୟ ଆଉ ସ୍ମୃତିର ମୁହୂର୍ତ୍ତ ଅନୁଭୂତିକୁ ମନେ ପକାଇ ଦେଖୁ ଦେଖୁ ଦୁଇ ବର୍ଷ ପରିବର୍ତ୍ତେ ଦେଢ଼ ବର୍ଷରେ ମାଷ୍ଟର ଡିଗ୍ରୀ ସରିଗଲା ତାହାହିଁ ଦୁଃଖର ବିଷୟ ଥିଲା ବୋଲି କହିଥିଲେ। ନାଚ ଗୀତର ଆସର ପରେ ଶେଷ ମୁହୂର୍ତ୍ତରେ ଏକ ଭାବ ବିହ୍ବଳ ପରିବେଶରେ ଆଗାମୀ ଜୀବନ ଯାତ୍ରାର ଶୁଭମୟ ହେବା ପାଇଁ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନେ ଦ୍ୱିତୀୟ ବର୍ଷର ବଡ଼ ଭାଇଭଉଣୀଙ୍କୁ ଶୁଭେଛା ବାର୍ତ୍ତା ଜଣାଇବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।