Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁମ୍ମା ବ୍ଲକରେ ଯୋଗ୍ୟତା ଥାଇ ବି ଅଯୋଗ୍ୟ ପାଲ ତଳେ ବିତୁଛି ଜୀବନ, ଧନୀ ବାଲାଙ୍କୁ ମିଳୁଛି ଆବାସ ଗରିବ ଏଠି ନିରାଶ

ପାରଳାଖମୁଣ୍ଡି :୪/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ରାଜ୍ୟ ଓ କେନ୍ଦ୍ର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଆବାସ ଯୋଜନା କରିଛନ୍ତି।ପଞ୍ଚାୟତର ଅସାଧୁ ନୀତି ଯୋଗୁଁ ଆବାସ ଘର ଥିଲାବାଲା ହାତଉଥିବା ବେଳେ ଗରିବ ଲୋକେ ଆବେଦନ କରି କରି ନିରାଶ ହେଉଛନ୍ତି।ସୂଚନାଯୋଗ୍ୟ ଯେ ଗଜପତି ଜିଗୁମ୍ମା ଲ୍ଲା ଗୁମ୍ମା ବ୍ଲକ ଗୁମ୍ମା ପଞ୍ଚାୟତରେ ଆବାସ ଯୋଜନାରୁ ବଞ୍ଚିତ ହୋଇ ଭଙ୍ଗା ପାଲ ଘରେ ଜୀବନ ବିତାଉଛନ୍ତି।ଗୁମ୍ମା ପଞ୍ଚାୟତ ସଦର ମହକୁମା ଖ୍ରୀଷ୍ଟିୟାନ ସାହିର ପ୍ରେମିକା ପାଣି ସ୍ୱାମୀ କର୍ଣନିଏଲ ପାଣି ଜଣେ ଅତି ଗରିବ ଶ୍ରେଣୀର। ପରିବାର କହିଲେ ଭାଇ ବିକଳାଙ୍ଗ ଏବଂ ସ୍ୱାମୀ ମୁଣ୍ଡ ଗୁଞ୍ଜୁଛନ୍ତି ଭିଙ୍ଗା ପାଲ ଘରେ।ସେ ଘର ଖଣ୍ଡେ ପାଇବା ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଘର ଖଣ୍ଡେ ପାଇନାହାନ୍ତି।ବର୍ଷା ଋତୁରେ ଏମାନଙ୍କ ଦୁଃଖ ଦ୍ୱିଗୁଣିତ ହୋଇଥିବା ବେଳେ କେତେବେଳେ ଯେ ମାଟି କାନ୍ତ ଭାଙ୍ଗିଯିବ ଭୟରେ ବର୍ଷା ହେଲେ ପଡ଼ିଶା ଘରେ ଦିନ ବିତୁଛି।ପରିବାର କହିଲେ ବିକଳାଙ୍ଗ ଭାଇ ଘର ଘର ବୁଲି କାମ କରୁଥିବା ବେଳେ ସ୍ୱାମୀ ଆଇରନ କରି ପରିବାର ଗୁଜୁରାଣ ମେଣ୍ଟାଉ ଥିବା ବେଳେ ଘର ଖଣ୍ଡେ କରିବାକୁ ସହାୟତ ମିଳିନି।ପ୍ରୋସସନର ଦୁର୍ନୀତିଖୋର ମନୋଭାବ ଯୋଗୁଁ ଏଭଳି ଗରିବ ଲୋକେ ଆବାସ ଯୋଜନା ତାଲିକାରୁ ଦୀର୍ଘ ବର୍ଷ ଧରି ବାଦ ପଡ଼ୁଛନ୍ତି।ଚଳିତ ବର୍ଷ ଅନେକ ଲୋକଙ୍କୁ ଘର ମିଳିଛି।କିନ୍ତୁ ପ୍ରେମିକା ପାଣିଙ୍କୁ ଘର ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ।ପ୍ରେମିକା ପାଣିଙ୍କ ବିଷୟରେ ବିଡ଼ିଓ ଆକାଶ କୁମାର ପଣ୍ଡାଙ୍କୁ ଦୃଷ୍ଟି ଆକର୍ଷଣ କରାଯିବା ପରେ ଯଥାଶୀଘ୍ର ତାଙ୍କୁ ଘର ଯୋଗାଇ ଦେବା ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି।