Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାନଦୀରେ ବୁଡ଼ି ନିଖୋଜ ୮ମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର

କଟକ: ଗତକାଲି ଜଗତପୁର ଶିଳ୍ପାଞ୍ଚଳ ମହାନଦୀରେ ବୁଡ଼ି ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ଦୁଇ ଜଣ ଛାତ୍ର ବୁଡ଼ି ଯାଇଥିଲେ । ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଖୋଜା ଚାଲିଥିଲା । ଜଗତପୁର ବାଲିସାହି ନିକଟରେ ଗତକାଲି ଏହି ଘଟଣା ଘଟିଥିଲା ।

ଗତକାଲି ଆର୍ଯ୍ୟନ ନାୟକଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ମନୋରଞ୍ଜନ ବେହେରାଙ୍କ ମୃତଦେହ ମିଳିଛି । ଉଭୟ ରାଜକିଶୋର ବିଦ୍ୟାପୀଠରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ ।

ଗତକାଲି ଆର୍ଯ୍ୟନ ଓ ମନୋରଞ୍ଜନଙ୍କ ସମେତ ତାଙ୍କ ଶ୍ରେଣୀର ୧୧ ଜଣ ଛାତ୍ର ପରୀକ୍ଷା ପରେ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ବେଳେ ଆର୍ଯ୍ୟନ ଓ ମନୋରଞ୍ଜନ ବୁଡ଼ି ଯାଇଥିଲେ । ଅନ୍ୟ ଛାତ୍ରମାନେ ଏ ସଂପର୍କରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ । ପ୍ରଧାନଶିକ୍ଷକ ଘଟଣା ସଂପର୍କରେ ସେମାନଙ୍କ ପରିବାର ଲୋକଙ୍କୁ ଜଣାଇବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ଅଗ୍ନିଶମ ବାହିନୀ ତୁରନ୍ତ ଖୋଜାଖୋଜି ଆରମ୍ଭ କରି ଗତକାଲି ସନ୍ଧ୍ୟା ସମୟରେ ଆର୍ଯ୍ୟନ ନାୟକଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସକାଳୁ ପୁଣି ଥରେ ଅଗ୍ନିଶମ ବିଭାଗ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ବହୁ ସମୟ ଖୋଜାଖୋଜି କରିବା ପରେ ମନୋରଞ୍ଜନଙ୍କ ମୃତଦେହ ଉଦ୍ଧାର ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ