କଳାହାଣ୍ଡି:୦୬/୧୦
ରିପୋର୍ଟ-ସନତ କୁମାର ପ୍ରଧାନୀ
ରାଜ୍ୟ ସ୍ତରୀୟ ଅଣ୍ଡର ୧୪/୧୭ ଭଳିବଲ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜବାହାର ଉଚ୍ଚ ବିଦ୍ୟାଳୟ ର ୪ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଆସନ୍ତା ୬/୧୦ ଠାରୁ ୯/୧୦ ପର୍ଯ୍ୟନ୍ତ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଏମ. ଆର ବାଳକ ହାଇସ୍କୁଲ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଭଳିବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଜବାହାର ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଅମିତ କୁମାର ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଣ୍ଡର ୧୭ ରେ ଛାତ୍ରୀ ଜ୍ୟୋତ୍ସ୍ନାମୟୀ ପ୍ରଧାନୀ,ରୂପାଲି ନାଏକ,ପଲ୍ଲବି ନେଗି ଓ ଅଣ୍ଡର ୧୪ ରେ ଛାତ୍ର ନରୋତ୍ତମ ପଟ୍ଟନାୟକ ରାଜ୍ୟ ସ୍ତରୀୟ ଭଳିବଲ କ୍ରୀଡା ପାଇଁ ମନୋନୀତ ହୋଇଛନ୍ତି।
ରାଜ୍ୟ ସ୍ତରୀୟ ଭଳିବଲ ପାଇଁ ଜବାହାର ଉଚ୍ଚ ବିଦ୍ୟାଳୟ ର ୪ ଛାତ୍ରଛାତ୍ରୀ ମନୋନୀତ।
