Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାଷୀଙ୍କ କୋଟି କୋଟି ଟଙ୍କା ଖାଇଗଲା ପୁଆ ପ୍ରାଥମିକ କୃଷି ସମବାୟ ସମିତି

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ ଅନ୍ତର୍ଗତ ପୁଆ ପ୍ରାଥମିକ କୃଷି ସମବାୟ ସମିତିର ଚାଷୀ ମାନେ ସମିତିରେ ଘୋର୍ ଦୁର୍ନୀତି ହୋଇଥିବା ବିଷୟ ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ଡିଆରସିଏସ ଙ୍କୁ ଅଭିଯୋଗ କରିଛନ୍ତି। ପୁଆ ସମବାୟ ସମିତିର ସଭାପତି ପ୍ରଭୂଦତ୍ତ ଡାଙ୍ଗଙ୍କ ଆଦେଶ କ୍ରମେ ଦୀର୍ଘ ବର୍ଷରୁ ଚାଷୀଙ୍କ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଥିବା ଲିଖିତ ଅଭିଯୋଗ ସେମାନେ କରିଛନ୍ତି। ଅଭିଯୋଗ ରୁ ପ୍ରକାଶ ଯେ ସଭାପତିଙ୍କ ଆଦେଶ କ୍ରମେ ଚାଷୀମାନଙ୍କ ଅଜ୍ଞାତରେ ଜାଲ ଦସ୍ତଖତ କରି ଚାଷୀମାନଙ୍କ ନାମରେ ଲକ୍ଷାଧିକ ଟଙ୍କା ଋଣ କରି ଟଙ୍କା ହରିଲୁଟ କରିଛନ୍ତି। ଏପରିକି ଦିବ୍ୟାଙ୍ଗ ଚାଷୀ ଓ ମୃତ ଚାଷୀ ଙ୍କ ନାମରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଉଠାଇ ଆତ୍ମସାତ କରିଛନ୍ତି ସମିତିର କର୍ମଚାରୀ। ସଭାପତି ଙ୍କୁ ଏଆରସିଏସ୍ ଙ୍କ ପତ୍ରସଂଖ୍ୟା ୬୨୭ ତା. ୧୮.୦୬.୨୪ ଅନୁଯାୟୀ ସମିତିରେ ସ୍ଥାୟୀ ସମ୍ପାଦକ ନିଯୁକ୍ତି କରି ନାହାନ୍ତି । ଗତ ଖରିଫ ୨୦୨୩ରେ ସଭାପତିଙ୍କ ମନ ମାନି ଓ ଅନୀତି କାର୍ଯ୍ୟକଳାପ ଯୋଗୁଁ ଚାଷୀମାନେ ଧାନ ବିକ୍ରୟ କରି ନପାରି ବାହାରେ ଦଲାଲ ମାନଙ୍କୁ ବିକ୍ରି କରିବାକୁ ବାଧ୍ଯ ହେଲେ ଓ ସଭାପତି ନିଜ ମନଇଚ୍ଛା ସମିତି ସଭା ସବୁ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏବଂ ସଭାପତି ବୋର୍ଡ ସଭ୍ୟମାନଙ୍କ ଅଜ୍ଞାତରେ ନୂତନ ପିଅନ ନିଯୁକ୍ତି ମଧ୍ୟ କରିଛନ୍ତି। ଏଥିରେ ଲକ୍ଷାଧିକ ଟଙ୍କା ର ଦୁର୍ନୀତି ହୋଇଥିବା ସଂପର୍କରେ ତତ୍କାଳୀନ ଜିଲ୍ଲାପାଳ ଙ୍କଠାରେ ଅଭିଯୋଗ ପରେ ସ‌ହ-ସମ୍ପାଦକଙ୍କୁ ଟଙ୍କା ହେରଫେର ଓ ଟୋକନ ହେରଫେର ବାବଦରେ ବହିଷ୍କାର କରିଥିବା ପୁଣି ସଭାପତି ତାଙ୍କୁ କେଉଁ ଆଇନ ବଳରେ ସେଇ ଦୁର୍ନୀତିଖୋର ବାସୁଦେବ ପାତ୍ରଙ୍କୁ ଏ ସମିତି ରେ କାର୍ଯ୍ଯ ଦାୟିତ୍ୱ ଦେଲେ ତାହା ତଦନ୍ତ କରାଯାଉ ବୋଲି ଚାଷୀ ବିରୋଧ କରିଛନ୍ତି। ସଭାପତିଙ୍କ ପରିବାରର ୯ ଜଣଙ୍କ ନାମରେ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବେଇଆନ ଭାବେ ସମିତିରୁ ରଣ କରାଯାଇଛି ବୋଲି ଚାଷୀ ମାନେ ଏ ଆର୍ ସି ଏସ ଓ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଛନ୍ତି। ଓ ଏ ଦୁର୍ନୀତି ଖୋର୍ ସମିତି ସଭାପତି ଓ କର୍ମଚାରୀ ଙ୍କ ବିରୁଦ୍ଧ ରେ କଡା କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନକୁ ଚାଷୀ ମାନେ ଦୃଢ଼ ଦାବୀ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ