Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡା ଜିଲ୍ଲା କାର୍ଯ୍ୟାଳୟରେ ମହାସମାଧାନ ଶିବିର

ଝାରସୁଗୁଡ଼ା ୭/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଆଜି ମହାସମାଧାନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଆରକ୍ଷୀ ଅଧିକ୍ଷକ ସ୍ମିତ.ପି.ପରମାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରବୀର କୁମାର ନାୟକ,-ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) କିଶୋର ଚନ୍ଦ୍ର ସ୍ୱାଇଁ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଡାକ୍ତର ମହେଶ ମୋହନ ପଣ୍ଡା, ସହକାରୀ ଜିଲ୍ଲାପାଳ ଉମାକାନ୍ତ ପ୍ରଧାନଙ୍କ ସମେତ ଜିଲ୍ଲା ସ୍ଥରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଉକ୍ତ ଶିବିରରେ ମୋଟ ୫୫ଟି ଅଭିଯୋଗ ଆଗତ ହୋଇଥିବା ବେଳେ ତନ୍ମଧ୍ୟରୁ ୧୮ ଟି ସାମୁହିକ ଓ ୩୭ଟି ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ସାରସମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ଶ୍ରେଣୀ ଗୃହ ନିର୍ମାଣ ଓ ମରାମତି, ଭିକମପାଲି ଓ ଅତାବିରାରେ ଗଭୀର ନଳକୂପ ସକାଶେ ବିଦ୍ୟୁତ ସଂଯୋଗ, ଶ୍ରୀପୁରାରେ ପୋଖରୀ(ଗରିଆକଣ୍ଟା)କୁ ଗମନାଗମନ ସକାଶେ ରାସ୍ତା ବ୍ୟବସ୍ଥା, ରାଜପୁର ଓ ବନ୍ଧପାଲିରେ ଚାରାବୃକ୍ଷ ଲଗାଇ ଥିବା ଜନିତ ପ୍ରାପ୍ୟ ପ୍ରଦାନ , ଏଚ୍.କଟାପାଲିରେ ଦେଶୀ ମଦ ଓ ଗଞ୍ଜେଇ ବିକ୍ରୀ ଉପରେ ରୋକ ଲଗାଇବା, କିର୍ମିରା ବ୍ଲକ ଚନ୍ଦ୍ରପୁର ଗ୍ରାମରେ ସ୍ଥାୟୀ ଖେଳ ପଡ଼ିଆ ଓ କମ୍ୟୁନିଟି ସେଣ୍ଟର ନିର୍ମାଣ, ନାଚେନଡିହି ଗ୍ରାମରେ ବଡ଼ ପୋଖରୀ ଖନନ , ଗଣ୍ଡଘୋରାରେ ଦୁଇଟି ପୋଖରୀକୁ ଜଳସେଚନ ତଥା ସ୍ନାନ ଉପଯୋଗୀ କରାଯିବା, ଟିଙ୍ଗିସମାଲରେ ସମାନ ପ୍ରକାରର ଆର୍ ଆଣ୍ଡ୍ ଆର୍ ପଲିସି ଲାଗୁ କରାଯିବା, ଏପ୍ସିଲୋନ କାର୍ବନ ପ୍ରାଇଭେଟ ଲିମିଟେଡ ଦ୍ୱାରା ବେନିୟମ ଭାବରେ ମାଟି ଖନନ, ଚାଷ ଜମିରେ ପାଉଁଶ ଓ ମାଟି ପକାଇବା ଏବଂ ପାଚେରୀ ନିର୍ମାଣ ସମ୍ପର୍କିତ ସାମୁହିକ ଅଭିଯୋଗ ଉପରେ ଶୁଣାଣି କରା ଯାଇଥିଲା। ସେହିପରି ବିଭିନ୍ନ ବ୍ୟକ୍ତିଗତ ଅଭିଯୋଗ ଉପରେ ମଧ୍ୟ ଶୁଣାଣି କରାଯାଇଥିଲା । ଜିଲ୍ଲାପାଳ ଅଭିଯୋଗ ଗୁଡିକ ତର୍ଜମା ପୂର୍ବକ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବା ସହ ଲୋକ ମାନଙ୍କର ସମସ୍ୟା ସମ୍ପର୍କିତ ଅଭିଯୋଗ ଶୁଣିବା ଓ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବାକୁ କ୍ଷେତ୍ରୀୟ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ