ବାଲେଶ୍ବର: ଖନ୍ତାପଡ଼ା ଥାନା ୧୬ ନମ୍ବର ଜାତୀୟ ରାଜପଥ ଉପରେ ପଡିଛି ଅର୍ଦ୍ଧଦଗ୍ଧ କଟାମୁଣ୍ଡ । ତେବେ କଟାମୁଣ୍ଡଟି କାହାର ତାହା ଜଣାପଡିନାହିଁ ।
ରାଜପଥ ଉପରେ କଟାମୁଣ୍ଡଟି ପଡିଥିବା ଆଜି ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କଟାମୁଣ୍ଡଟି ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ତେବେ କଟାମୁଣ୍ଡଟି ଏକ ଛୋଟ ପିଲାର ବୋଲି ଅନୁମାନ କରାଯାଉଛି । ତେବେ କେଉଁ ପରିସ୍ଥିତିରେ ଏକ ଶିଶୁର କଟାମୁଣ୍ଡ ସେଠାକୁ ଆସିଲା ତାହା ଜଣାପଡ଼ି ନାହିଁ । ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାର ତଦନ୍ତ କରୁଛନ୍ତି ।