Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଆଇନ ବାଣ ଗୋଦାମରେ ଚଢ଼ାଉ, ୨୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ

ସାଲେପୁର: ସାଲେପୁର ରଟିଲୋ ଗାଁରେ ବେଆଇନ୍‌ ବାଣ ଗୋଦାମ ଉପରେ ଚଢାଉ । ସାଲେପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ପୋଲିସ ଅଫିସରମାନେ ଚଢାଉ କରିଛନ୍ତି । ଏହି ଚଢାଉରେ ବିପୁଳ ପରିମାଣର ବାଣ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଅଧିକ ହେବ ।

କୌଣସି ସୁତ୍ରରୁ ଖବର ପାଇ ମଙ୍ଗଳବାର ସକାଳୁ ସକାଳୁ ସାଲେପୁର ଡିଏସ୍‌ପିଙ୍କ ନେତୃତ୍ୱରେ ଚଢାଉ ହୋଇଥିଲା । ଦୁଇଟି ଥାନାର ଅଧିକାରୀ ସମେତ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ କିଶନ ନଗର ଅଧୀନ ରଟିଲୋ ହରିପୁର ଗାଁରେ ଥିବା ଏକ ବାଣ ଗୋଦାମରେ ଚଢାଉ ହୋଇଛି । ଯେଉଁ ଚଢାଉରେ ପୋଲିସକୁ ୨୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ ହୋଇଛି । ଆଗାମୀ ଦିନରେ ଦୀପାବଳି ପୂଜା ପାଇଁ ସବୁ ବାଣ ପ୍ରସ୍ତୁତି ହୋଇ ମହଜୁଦ୍‌ ରହିଥିଲା ବୋଲି ସୂଚନା ମିଳିଛି । ତେବେ ଏଠାରେ ପ୍ରସ୍ତୁତ ହେଉଥିବା ବାଣ ପାଇଁ ଲାଇସେନ୍ସ ଅଛି ନା ବେଆଇନ୍‌ ଭାବେ କରାଯାଉଥିଲା ତାହାର ଯାଞ୍ଚ ଚଲାଇଛି ପୋଲିସ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ