ପୂଜା ମଣ୍ଡପଙ୍କ ପାଇଁ ବିଏମସିର ଗାଇଡଲାଇନ୍, ପ୍ଲାଷ୍ଟିକ ମନା


ଭୁବନେଶ୍ବର: ଦୁର୍ଗାପୂଜାକୁ ନେଇ ବିଏମସି ପକ୍ଷରୁ ରାଜଧାନୀର ପୂଜା ମଣ୍ଡପଗୁଡିକ ପାଇଁ ଗାଇଡଲାଇନ ଜାରି କରାଯାଇଛି । ମଣ୍ଡପଗୁଡ଼ିରେ ଉତ୍ତମ ପରିଚାଳନା ଓ ପରିବେଶ ସୁରକ୍ଷା ପାଇଁ ଏହି ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛି ବିଏମସି ।

ଚଳିତବର୍ଷ ଦୁର୍ଗାପୂଜା ପାଳନ ବେଳେ ସହରରେ ବିଭିନ୍ନ ମଣ୍ଡପକୁ ନିରାପଦ, ସୁରକ୍ଷିତ ଓ ପରିବେଶ ଅନୁକୂଳ କରିବା ଲାଗି ପୂଜା ମଣ୍ଡପଗୁଡ଼ିକୁ ଆହ୍ୱାନ ଦିଆଯାଇଛି । ମୃଣ୍ମୟୀ ମୂର୍ତ୍ତିରେ କେବଳ ପ୍ରାକୃତିକ ରଙ୍ଗ ବ୍ୟବହାର, ପ୍ରସାଦ ସେବନ ପାଇଁ ପ୍ଲାଷ୍ଟିକ ଓ ଥର୍ମୋକୁଲ ବଦଳରେ ପତ୍ର, ଖଲି, ଠୁଙ୍ଗା ଓ ମାଟି ପାତ୍ରର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

ସେହିଭଳି ପୂଜା ମଣ୍ଡପ ପାଖରେ ଡଷ୍ଟବିନ ସୁବିଧା, ବିଜୁଳି ବ୍ୟବସ୍ଥା ସୁରକ୍ଷିତ ଯାଞ୍ଚ ଓ ସିକ୍ୟୁରିଟି ଗାର୍ଡ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇଛି । ପୋଲିସର ବିନା ଅନୁମତିରେ ଡାକବାଜି ଯନ୍ତ୍ର ବ୍ୟବହାର ନିଷେଧ ସହ ମୂର୍ତ୍ତିରେ ପ୍ଲାଷ୍ଟିକ ଆଭୂଷଣର ବ୍ୟବହାର ନକରିବାକୁ ନିବେଦନ କରାଯାଇଛି ।