ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ଆସନ୍ତା ନଭେମ୍ବର ମାସ 15 ତାରିଖ ରେ ହେବାକୁଥିବା ନିମ୍ବାର୍କ ଜୟନ୍ତୀ ପାଇଁ ପୁରୀ ରାମଜୀ ମଠ ର ମଠlଧୀଶ ବଂଶୀଧର ମହାରାଜ ଙ୍କ ଅଧ୍ୟକ୍ଷତାରେ ରେ ପରିଚାଳନା କମିଟି ଗଠିତ ହୋଇଯାଇଛି I ଏଥିରେ ବିଶ୍ଵଶାନ୍ତି ମହାଯଜ୍ଞ , ପ୍ରବଚନ , ଚାରି ଗ୍ରନ୍ଥ ଅଷ୍ଟାଦଶ ପୂରଣ ପାଠ ଆଦି କାର୍ଯ୍ୟକ୍ରମ ରହିଛି l ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଏହାର ସୁପରିଚାଳନା ପାଇଁ ପୁରୀ ରାମଜୀ ମଠ ର ମଠlଧୀଶ ଗୁରୁ ବଂଶୀଧର ମହାରାଜ କମିଟିର ଅଧ୍ୟକ୍ଷ ରହିଛନ୍ତି I ବୀରମହାରାଜପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସଭାରେ ମହାରାଜ ଙ୍କ ପରାମର୍ଶ କ୍ରମେ ପରିଚାଳନା କମିଟି ର କାର୍ଯ୍ୟକାରୀ ସଭାପତି ଭାବେ ବିଷ୍ନୁ ଚରଣ ପଣ୍ଡା, ଉପ ସଭାପତି- ଭୂଷଣ କୁମାର ପାତ୍ର , ଭାଗବାନ ମିଶ୍ର , ମାନଭଞ୍ଜନ ମିଶ୍ର ଏବଂ ରାଧେଶ୍ୟାମ ମଲ୍ଲିକ ରହିଛନ୍ତି I ଠିକ ସେହିପରି ସାଧାରଣ ସମ୍ପାଦକ ରହିଛନ୍ତି ଅକ୍ଷୟ କୁମାର ମିଶ୍ର I ସମ୍ପାଦକ ଭାବେ ଦ୍ଵିତିକୃଷ୍ଣ ପଣ୍ଡା , ବସନ୍ତ ମହାକୁର , ଦିଲ୍ଲିପ କୁମାର ପ୍ରଧାନ ଓ ଗୋପୀନାଥ ଚାନ୍ଦ ଙ୍କୁ ମନୋନିତ ରହିଛନ୍ତି I ଦୟାନିଧି ହୋତା , ଶମ୍ଭୁ ପ୍ରସାଦ ହୋତା , ବିଜୟ ତ୍ରିପାଠୀ , ସୂର୍ଯ୍ୟ ନନ୍ଦ ଓ ରବି ପଣ୍ଡା ଙ୍କୁ କୋଷାଧକ୍ଷ ଭାବେ ଚୟନ କରାଯାଇଛି l ଯୁଗଳ କିଶୋର ମିଶ୍ର ପରିଚାଳନା କମିଟି ର ସଂଯୋଜକ ରହିଛନ୍ତି I ଉପଦେଷ୍ଟା ଭାବେ ଗୋପିନାଥ ମହାକୁର , ରାମକୃଷ୍ଣ ହୋତା , ସୁରେନ୍ଦ୍ର ପତି ପ୍ରମୂଖ ରହିଥିବା ବେଳେ ବୀରମହାରାଜପୁର ହାଇସ୍କୁଲ ପଡିଆରେ ଏହି ଜୟନ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ସ୍ଥାନ ନିରୂପଣ ହୋଇଛି I ଏହି ଆଧ୍ୟାତ୍ମିକ କାର୍ଯ୍ଯକ୍ରମ ରେ 30 ହଜାର ରୁ ଉର୍ଦ୍ଧ୍ଵ ଭକ୍ତ ଙ୍କ ସମାଗମ ହେବ ବୋଲି ସୂଚନା ମିଳିଛି I ବୈଠକରେ ଶତାଧିକ ବ୍ୟକ୍ତି ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନ କରିଥିଲେ l ଆସନ୍ତା 14 ତାରିଖରେ ପରବର୍ତ୍ତୀ ବୈଠକ ହେବ ବୋଲି ସୂଚନା ଦିଆଯାଇଥିଲା I