Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁବଳୟା କଲେଜରେ ଯୁବ ରେଡକ୍ରସ ର ନୂତନ ସ୍ୱେଚ୍ଛାସେବୀ ମାନଙ୍କୁ ସ୍ଵାଗତ କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଯୁକ୍ତ ଦୁଇ ମହାବିଦ୍ୟାଳୟ ରେ ଯୁବ ରେଡକ୍ରସ ର ନୂତନ ସ୍ୱେଚ୍ଛାସେବୀ ମାନଙ୍କୁ ସ୍ଵାଗତ କରାଯାଇଛି l ଏ ଅବସରରେ ବୁଧବାର ଆୟୋଜିତ ସ୍ଵାଗତ ସମାରୋହରେ କଲେଜ ଅଧ୍ୟକ୍ଷ ଭୋଳାନାଥ କର୍ମୀ ସଭାପତିତ୍ବ କରିଥିଲେ l ବୀରମହାରାଜପୁର କଲେଜ ଇଂଲିଶ ବିଭାଗ ଅଧ୍ୟାପକ ବିଜୟ କୁମାର ପୁରୋହିତ ସାଧନବ୍ୟକ୍ତି ଭାବେ ଯୋଗଦେଇ ଥିଲେ l ଯୁବ ରେଡକ୍ରସ ର ନୂତନ ସଦସ୍ଯ ଛାତ୍ରଛାତ୍ରୀ ମାନଙ୍କୁ କିପରି ମାନବ ସେବା , ବନ୍ଧୁତା , ଶାନ୍ତି ଓ ମାନବ ଜାତି ପ୍ରତି ସମ୍ମାନବୋଧ ପାଇଁ ଆକୃଷ୍ଟ କରିହେବ ସେ ବିଷୟରେ ବୁଝାଇଥିଲେ l ଅଧ୍ୟାପକ ରମାକାନ୍ତ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ I