Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରଲରକୁ ଧକ୍କା ମାରି ଟ୍ରକ ଭିତରେ ଚାପିହୋଇ ଡ୍ରାଇଭର ମୃତ

ଝାରସୁଗୁଡା ୧୦/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସମରବଗା ଖଡ଼ିଆପଡ଼ା ନିକଟସ୍ଥ ଏନଏଚ- ୪୯ ରେ ବୁଧବାର ବିଳମ୍ବିତ ରାତିରେ ଡବ୍ଲୁବି-୧୯ ଜି- ୫୯୨୫ ନମ୍ବର ବିଶିଷ୍ଟ ଏକ କୋଇଲା ବୋଝେଇ ଟ୍ରକଟି ସିଜି-୨୨ଜେ-୭୩୨୪ ଟ୍ରଲରକୁ ଧକ୍କା ମାରିଥିଲା । ଫଳରେ ଟ୍ରକ ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରାମାର ହୋଇ ଯିବା ସହିତ କେବିନ ଭିତରେ ଡ୍ରାଇଭର ଜଣକ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ । ମୃତ ଟ୍ରକ ଡ୍ରାଇଭର ଜଣକ ହେଉଛନ୍ତି ବିହାର ଭୋଜପୁର ଜିଲ୍ଲା ପିରୀ ଥାନା ଅନ୍ତର୍ଗତ ଚତୁର୍ଭୁଜ ଗ୍ରାମର ପଙ୍କଜ କୁମାର ସିଂହ (୨୦) ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ଖବର ପାଇ ରେଙ୍ଗାଲି ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗାଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ଆଶୁତୋଷ ମହାନ୍ତି ପୁଲିସ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ଭିତରେ ଚାପିହୋଇ ରହିଥିବା ପଙ୍କଜଙ୍କ ମୃତଦେହକୁ ଉଦ୍ଧାର କରି ଜବତ କରିଥିଲେ ଏବଂ ଝାରସୁଗୁଡା ଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ମୃତ ଟ୍ରକ ଡ୍ରାଇଭର ପଙ୍କଜ ଙ୍କ ଭିଣୋଇ ମନୀଷ ସିଂହ ଙ୍କ ଲିଖିତ ଅଭିଯୋଗ ଅନୁସାରେ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ତଦନ୍ତ କାରୀ ଅଧିକାରୀ ଏସଆଇ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ