Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଖଣ୍ଡଗିରି ପାହାଡ଼ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: ଖଣ୍ଡଗିରି ପାହାଡ଼ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ପରିଚୟ ମିଳିନାହିଁ । ଯୁବକଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ଆଜି ସକାଳେ ଯୁବକଙ୍କ ମୃତଦେହ ଖଣ୍ଡଗିରି ପାହାଡ଼ ତଳେ ପଡ଼ିଥିବା କିଛି ଯୁବକ ଦେଖି ପୋଲିସକୁ ଜଣାଇଥିଲେ । ପୋଲିସ ଯୁବକଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଯୁବକଙ୍କୁ ହତ୍ୟା କରାଯାଇଛି ନା ଅନ୍ୟ କିଛି କାରଣ ରହିଛି ତାହା ପଡ଼ିନାହିଁ । ଯଦି ଯୁବକଙ୍କୁ ହତ୍ୟା କରାଯାଇଛି ତାହା ହେଲେ ଯୁବକଙ୍କୁ କିଏ ଓ କାହିଁକି ହତ୍ୟା କଲା ପୋଲିସ ତାର ଖୋଳତାଡ଼ କରୁଛି । ପୋଲିସ ଆଖପାଖରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରୁଛି । ଏଥିସହ ସ୍ଥାନୀୟ ଲୋକଙ୍କୁ ଯୁବକ ବିଷୟରେ ପଚରାଉଚରା କରୁଛି ।