Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଆ ଯୁବତୀଙ୍କ ଗଣଦୁଷ୍କର୍ମ ଘଟଣା: ଦିଲ୍ଲୀ ପୋଲିସ କମିଶନରଙ୍କ ସହ କଥା ହେଲେ ଓଡ଼ିଶା ଡିଜିପି

ଭୁବନେଶ୍ବର: ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ନେଇ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରାଙ୍କ ସହ ଆଲୋଚନା କଲେ ଓଡିଶା ଡିଜିପି ୱାଇ.ବି. ଖୁରାନିଆ । ଡିସିପି ରବି କୁମାର ସିଂ ନିଜେ ତଦନ୍ତ ଭାର ନେଇଥିବା ଡିଜିପିଙ୍କୁ କହିଛନ୍ତି ଦିଲ୍ଲୀ ପୋଲିସ କମିଶନର ।
ଆଗକୁ ସେ କହିଛନ୍ତି, ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚାଲିଛି । ତଦନ୍ତ ବେଳେ ପୀଡିତା ଜଣେ ନର୍ସିଂ ଗ୍ରାଜୁଏଟ ବୋଲି ଜଣାପଡିଛି । ସେ ମୁର୍ମୁଷୁ ଅବସ୍ଥାରେ ହସ୍ପିଟାଲରେ ଆଡ଼ମିଟ ହୋଇଥିବାରୁ ପୋଲିସ କୌଣସି ସୁରାକ ତାଙ୍କ ଠାରୁ ପାଇପାରିନାହିଁ । ଗତ ୧ ମାସ ହେଲା ପୀଡିତାଙ୍କ ମୋବାଇଲ ହଜିଯାଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଘଟଣା ଘଟିବା ପୂର୍ବ ଦିନ ଏକ ଏଟିଏମ ନିକଟରେ ପୀଡିତା ଶୋଇଥିବା ଜାଣିବାକୁ ପାଇଛି ଦିଲ୍ଲୀ ପୋଲିସ । ଏ ନେଇ ଓଡିଶା ପୋଲିସକୁ ମଧ୍ୟ ଅବଗତ କରିଛି ଦିଲ୍ଲୀ ପୋଲିସ ।