Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିନ୍ଦଲ ପ୍ଲାଣ୍ଟରେ ବିସ୍ଫୋରଣ

ଅନୁଗୋଳ: ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ପ୍ଲାଣ୍ଟର ବ୍ଲାଷ୍ଟ ଫରନେସରେ ବିସ୍ଫୋରଣ ହୋଇଛି । ଏହି ଅଘଟଣାରେ କେହି ମୃତାହତ ହୋଇନାହାନ୍ତି ।
ଗତକାଲି ସନ୍ଧ୍ୟାରେ ଶ୍ରମିକମାନେ କାମ କରୁଥିଲେ । ଏହି ସମୟରେ ପାୱାର ପ୍ଲାଣ୍ଟର ବ୍ଲାଷ୍ଟ ଫରନେସରେ ହଠାତ୍ ବିସ୍ଫୋରଣ ହୋଇଥିଲା । ଶ୍ରମିକ ଜୀବନ ବିକାଳେ ବାହାରକୁ ପଳାଇ ଆସିଥିଲେ ।
ତେବେ କିପରି ଓ କାହିଁକି ଏହି ବିସ୍ଫୋରଣ ଘଟିଲା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅଘଟଣକୁ ନେଇ କମ୍ପାନୀ କର୍ତ୍ତୃପକ୍ଷ ପ୍ରତିକ୍ରିୟା ରଖିବା ସହ କହିଛନ୍ତି କେହି ଆହତ ହୋଇନାହାନ୍ତି । ପରିସ୍ଥିତି ସମ୍ପୂର୍ଣ୍ଣ ନିୟମନ୍ତ୍ରଣାଧୀନ ଅଛି । ଏ ସମ୍ପର୍କରେ କୌଣସି ଗୁଜବ ପ୍ରଚାର ନ କରିବାକୁ କମ୍ପାନୀ ପକ୍ଷରୁ ନିବେଦନ କରାଯାଇଛି ।