ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ବାତ୍ୟା ‘ଦାନା’: ଜାଣନ୍ତୁ, ଏହି ସମୟରେ କ’ଣ କରିବେ ଓ କ’ଣ କରିବେ ନାହିଁ ?


ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ବାତ୍ୟାର ରୂପ ନେଇସାରିଛି । ଯାହାର ନାଁ ରହିଛି ‘ଦାନା’ । ଆଜି ସକାଳୁ ଏହା ବାତ୍ୟାର ରୂପ ନେଇଥିବା ବେଳେ ଏବେ ଗଭୀର ସମୁଦ୍ର ଭିତରେ ବଳ ଗୋଟାଇବାରେ ଲାଗିଛି । ଏହା ଯେତେ ଉପକୂଳ ମୁହାଁ ହେବ, ଏହାର ରୂପ ସେତେ ଅଧିକରୁ ଅଧିକ ଭୟଙ୍କର ହେବ । ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ବେଗରେ ଏହା ଲ୍ୟାଣ୍ଡଫଲ କରିବ ବୋଲି ଅନୁମାନ କରାଯାଉଛି । ଏହି ସମୟରେ ‘ଦାନା’ ଆଗରେ ଯାହା ପଡ଼ିବ ସବୁକିଛି ଛାରଖାର ହୋଇଯିବ । ତେଣୁ ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଏହି ସମୟରେ ନିଜେ ସୁରକ୍ଷିତ ରହିବା ସହ ଅନ୍ୟର ସୁରକ୍ଷା ପ୍ରତି ବି ଧ୍ୟାନ ଦେବା ଜରୁରୀ ଅଟେ । ଆସନ୍ତୁ ଜାଣିବା ବାତ୍ୟା ସମୟରେ ଆମେ କ’ଣ କରିବେ ଓ କ’ଣ କରିବେ ନାହିଁ ।

ବାତ୍ୟା ସମୟରେ କ’ଣ କରିବେ ?

• ମାଟି ଘରକୁ ସୁରକ୍ଷିତ କରନ୍ତୁ, ଜରି ପାଲ ଘୋଡ଼ାଇ ରଖନ୍ତୁ

• ଘର ବିପଦସଙ୍କୁଳ ଅବସ୍ଥାରେ ଥିଲେ ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲଯାଆନ୍ତୁ

• ବଡ଼ ଗଛର ଡାଳ ବିପଦ ସଙ୍କୁଳ ଥିଲେ ବାତ୍ୟା ପୂର୍ବରୁ କାଟି ଦିଅନ୍ତୁ

• ବିଦ୍ୟୁତ ଖୁଣ୍ଟ କିମ୍ବା ଘରକୁ ଲାଗି ଅନ୍ୟ କୌଣସି ବିପଦପୂର୍ଣ୍ଣ ସାମଗ୍ରୀ ଥିଲେ ହଟାଇ ନିଅନ୍ତୁ

• ପାଖରେ ମହମବତୀ, ସହ ଚୁଡ଼ା, ମୁଡ଼ି, ବିସ୍କୁଟ ପରି ଶୁଖିଲା ଖାଦ୍ୟ ମହଜୁଦ ରଖନ୍ତୁ

• ବାତ୍ୟା ଲ୍ୟାଣ୍ଡଫଲ ପୁର୍ବରୁ ସୁରକ୍ଷିତ ସ୍ଥାନକୁ ଚାଲି ଯାଆନ୍ତୁ

• ଛୋଟ ଛୁଆ, ବୟସ୍କ ଓ ରୋଗୀଙ୍କୁ ଅଧିକ ଗୁରୁତ୍ବ ଦିଅନ୍ତୁ

• ଆବଶ୍ୟକ ମେଡିସିନ୍ ପାଖରେ ରଖନ୍ତୁ

• ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ରଖିବା ବ୍ୟବସ୍ଥା କରନ୍ତୁ

• ନିଜ ଫୋନରେ ଆବଶ୍ୟକ ମୁତାବକ ଚାର୍ଜ ରଖନ୍ତୁ

• ବାତ୍ୟା ସ୍ଥିତି ସମ୍ପର୍କରେ ଜାଣିବାକୁ ଖବର ଶୁଣନ୍ତୁ

• ଘରର ବିଜୁଳି ଓ ଗ୍ୟାସ୍ ସଂଯୋଗ କାଟି ଦିଅନ୍ତୁ

• ଫୁଟା ଓ ବିଶୁଦ୍ଧ ପାଣି ପିଅନ୍ତୁ

• ନିଜେ ସୁରକ୍ଷିତ ରହି ଅନ୍ୟକୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତୁ

ବାତ୍ୟା ସମୟରେ କ’ଣ କରିବେ ନାହିଁ ?

• ବାତ୍ୟା ବେଳେ ଅଥବା ଲ୍ୟାଣ୍ଡଫଲ୍ ବେଳେ ଘରୁ ବାହାରକୁ ବାହାରନ୍ତୁ ନାହିଁ

• ଅସୁରକ୍ଷିତ ଘର କିମ୍ବା କୋଠାକୁ ଯାଆନ୍ତୁ ନାହିଁ

• ସମୁଦ୍ର କୂଳକୁ ଯାଆନ୍ତୁ ନାହିଁ

•  ଜୀବନ ବେଶ ଗୁରୁତ୍ୱପୂର୍ଣ୍ଣ, ତେଣୁ ସତର୍କତା ଅବଲମ୍ବନ କରନ୍ତୁ

• ଅଯଥାରେ ବଜାରରୁ ଅଧିକ ଖାଦ୍ୟ ସାମଗ୍ରୀ କିଣନ୍ତୁନି • ଗୁଜବକୁ ବିଶ୍ୱାସ ନ କରି ସରକାରଙ୍କ ନିର୍ଦ୍ଦେଶନାମା ପାଳନ କରନ୍ତୁ