ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତ୍ରୀ ଦିବସୀୟ ତାଲିମ ଶିବିର ଉଦଯାପିତ


ଝାରସୁଗୁଡା ୨୪/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା Bଲଖନପୁର ବ୍ଲକ ଭିକମପାଲି ପଞ୍ଚାୟତ ଅନ୍ତର୍ଗତ ଭିକମପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ତିନିଦିନ ଧରି ଚାଲିଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ତାଲିମ ଶିବିର ଆଜି ଉଦଯାପିତ ହୋଇ ଯାଇଛି । ଉକ୍ତ ତାଲିମ ଶିବିରର ପ୍ରଥମ ଦିବସ ଅର୍ଥାତ ୨୧ ତାରିଖ ଦିନ ସ୍ଥାନୀୟ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଏଥିରେ ଦ୍ଵିତୀୟ ସର୍କଲର ମୋଟ ୫୫ ଜଣ ପ୍ରଶିକ୍ଷାର୍ଥୀ ଓ ୪ ଜଣ ସାଧନା କର୍ମୀ ଅଂଶଗ୍ରହଣ କରିଥିବା ବେଳେ ଭିକମପାଲି କ୍ଲଷ୍ଟର ସିଆରସିସି ମନୋହର କୁମାର ଏହାର ନେତୃତ୍ୱ ବହନ କରିଥିଲେ । ପ୍ରଶିକ୍ଷକ ଠାକୁର ରାମ ସାହୁ ସେମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ସେହିପରି ଆଜି ଅନ୍ତିମ ଦିବସରେ ଝାରସୁଗୁଡା ଜିଲ୍ଲା ସମଗ୍ର ଶିକ୍ଷା ବିଜ୍ଞାନ ସଂଯୋଜକ ଜୟନ୍ତ କୁମାର ବାଦୀ ପରିଦର୍ଶନରେ ଆସି ପ୍ରଶିକ୍ଷାର୍ଥୀ ମାନଙ୍କୁ ତାଲିମ ଶିବିର ର ଆଭିମୁଖ୍ୟ ଓ ଉଦ୍ଧେଶ୍ୟ ଉପରେ ଆଲୋକପାତ କରିବା ସହ ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ପ୍ୟାରୀ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।